ଓଡ଼ିଶାରେ ଦୈନିକ ସଂକ୍ରମଣ ହାର ହ୍ରାସ ପାଉଛି: ୨୪ ଘଂଟାରେ ୧୭୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଜୁଲାଇ ୨୮: ଓଡ଼ିଶାରେ ୨୪ ଘଣ୍ଟା ରେ ୧୭୦୩ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଲେ I ୯୮୮ ଜଣ ସଙ୍ଗରୋଧ ରେ ଥିବା ଅବସ୍ଥା ରେ ଚିହ୍ନଟ ହେଇଛନ୍ତି ଏବଂ ବାକି ୭୧୫ ଟି ଲୋକାଲ କେଶ I
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୭୨,୫୧୭ କୁ ବୃଦ୍ଧି ପାଇଛି I ସେଥିମଧ୍ୟରୁ ୯,୪୯,୩୫୦ ଜଣ ସୁସ୍ଥ ହେଇସାରିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ସୂଚନା ରୁ ଜଣାପଡିଛି I ଗତକାଲି କେବଳ ୧୯୬୯ ଜଣ ସୁସ୍ଥ ହେଇଥିଲେ I
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁଯାଇ, ୬୯ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୫୭୦୩ କୁ ବୃଦ୍ଧି ପାଇଛି I
ଗତ ୨୪ ଘଂଟାରେ ୭୮,୭୪୦ ଜଣଙ୍କର ସ୍ୱାବ ଟେଷ୍ଟ କରାଯାଇଛି ଏବଂ ସେଥିରୁ ୧୭୦୩ ଜଣ ପଜିଟିଭ ଥିବା ନେଇ ଜଣାପଡିଛି I ଦୈନିକ ପଜିଟିଭିଟି ହାର ୨.୧୬ ପ୍ରତିଶତ ରହିଛି I

ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି I ଏହା ଏବେ ୧୭,୪୧୧ ଅଛି I

ଜିଲ୍ଲାଗୁଡିକ ମଧ୍ୟରେ ଖୋର୍ଦ୍ଧା ରେ ୩୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ କଟକ ରେ ୨୪୦ ଏବଂ ପୁରୀ ରେ ୧୩୯ ଜଣ ସଂକ୍ରମିତ ହେଇଛନ୍ତି I ଅନ୍ୟ ସବୁ ଜିଲ୍ଲାରେ ଶହେ ରୁ କମ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I

 

Comments are closed.