ଓଡ଼ିଶାରେ ଦିନକରେ ୧୪୩୪ ଟି କୋଭିଡ ପଜିଟିଭ କେଶ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୯୧୩ କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୦୨: ଓଡ଼ିଶାରେ ୨୪ ଘଂଟାରେ ୧୪୩୪ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୮୮୯ ଟି Quarantine Case ଥିବା ବେଳେ, ୫୪୫ ଟି Local Contact Case ଅଛି I ଏହାକୁ ମିଶାଇ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୯୧୩ କୁ ବୃଦ୍ଧି ପାଇଛି I
ସ୍ୱାସ୍ଥ୍ୟ ବିଭାଗ ର ତଥ୍ୟ ଅନୁଯାଇ, ୧୪୩୪ ଟି ନୂଆ କେଶ ମଧ୍ୟରେ, ଅନୁଗୁଳ ରୁ ୯ଜଣ, ବାଲେଶ୍ୱର ରୁ ୧୨ଜଣ, ବରଗଡ଼ ରୁ ୫ଜଣ, ଭଦ୍ରକ ୨୫ଜଣ, ବୌଦ୍ଧ ୫ଜଣ, କଟକ ୧୨୩ ଜଣ, ଦେଓଗଡ଼ ରୁ ୨ଜଣ, ଢେଙ୍କାନାଳ ରୁ ୧୩ଜଣ, ଗଜପତି ରୁ ୯୧ଜଣ, ଗଞ୍ଜାମ ୩୨୦ ଜଣ, ଜଗତସିଂହପୁର ରୁ ୧୩ଜଣ, ଯାଜପୁର ରୁ ୫୭ଜଣ, ଝାରସୁଗୁଡ଼ା ରୁ ୬ଜଣ, କଳାହାଣ୍ଡି ରୁ ୧୮ଜଣ, କନ୍ଧମାଳ ରୁ ୪୪ଜଣ, କେନ୍ଦ୍ରାପଡ଼ା ରୁ୨୨ଜଣ, କେନ୍ଦୁଝର ରୁ ୨ଜଣ, ଖୋର୍ଦ୍ଧା ରୁ୨୧୮ଜଣ, କୋରାପୁଟ ରୁ ୧୨ଜଣ, ମାଲକାନଗିରି ରୁ ୨୪ଜଣ, ମୟୁରଭଞ୍ଜ ରୁ ଜଣେ, ନବରଙ୍ଗପୁର ରୁ ୨ଜଣ, ନୟାଗଡ଼ ରୁ ୮ଜଣ, ନୂଆପଡ଼ା ରୁ ୭ଜଣ, ପୁରୀ ରୁ ୬୫ଜଣ, ରାୟଗଡ଼ା ରୁ ୧୯୭ଜଣ, ସମ୍ବଲପୁର ରୁ ୫୧ଜଣ, ସୋନପୁର ରୁ ୬ଜଣ, ସୁନ୍ଦରଗଡ଼଼ ରୁ ୭୬ଜଣ ଅଛନ୍ତି ।
ଗତ କାଲି ସୁଦ୍ଧା ରାଜ୍ୟରେ ୫ ଲକ୍ଷ ୪୩ ହଜାର ୩୧୬ ଟି ସାମ୍ପଲ ପରୀକ୍ଷା କରାଯାଇଛି I
ଏ ପର୍ଯ୍ୟନ୍ତ ରାଜ୍ୟରେ ୨୧ହଜାର ୨୭୪ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇସାରିଛନ୍ତି ଏବଂ ୧୩ ହଜାର ୪୦୩ ଜଣ ଚିକିତ୍ସାଧୀନ ଅଛନ୍ତି I ବର୍ତମାନ ସୁଦ୍ଧା ୧୯୭ ଜଣଙ୍କର ମୃତ୍ୟୁ ହେଇଛି I

Comments are closed.