ଓଡ଼ିଶାରେ ଗୋଟିଏ ଦିନରେ ୭୫୫ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫୬ ରେ ପହଁଚିଲା

0

ଭୁବନେଶ୍ୱର: ଜୁଲାଇ ୧୦: ଓଡ଼ିଶାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ I ୨୪ ଘଂଟାରେ ୭୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ସର୍ବାଧିକ ୩୨୦ ଜଣ କେବଳ ଗଂଜାମ ଜିଲ୍ଲାରୁ ଚିହ୍ନଟ ହେଇଥିବା ବେଳେ, ଯାଜପୁର ରୁ ୮୬, ସୁନ୍ଦରଗଡ ରୁ ୬୨, ଖୋର୍ଦ୍ଧା ରୁ ୫୯, କଟକ ରୁ ୫୫, କେନ୍ଦୁଝର ରୁ ୩୨, ଗଜପତି ରୁ ୩୦, ମାଲକାନଗିରି ରୁ ୧୮, ନୟାଗଡ ରୁ ୧୬, ମୟୁରଭଞ୍ଜ ଓ ବଲାଙ୍ଗୀର ଜିଲ୍ଲାରୁ ୧୨ ଜଣ ଲେଖାଏଁ, ପୁରୀ ରୁ ୧୧, ବାଲେଶ୍ୱର ରୁ ୯, କୋରାପୁଟ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ରୁ ୫ ଜଣ ଲେଖାଏଁ, ଦେଓଗଡ ଓ ଢେଙ୍କାନାଳ ରୁ ୪ ଜଣ ଲେଖାଏଁ, ଅନୁଗୁଳ ରୁ ୩ ଜଣ, ଭଦ୍ରକ, କନ୍ଧମାଳ ଓ ସମ୍ବଲପୁର ରୁ ୨ ଜଣ ଲେଖାଏଁ ଏବଂ ବରଗଡ ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
୭୫୫ ଜଣଙ୍କ ମଧ୍ୟରୁ, ୫୦୮ ଜଣ Quarantine ରେ ଥିଲେ ଏବଂ ବାକି ୨୪୭ ଜଣ local contact case I
ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧, ୯୫୬ କୁ ବୃଦ୍ଧି ପାଇଲା I

Leave A Reply

Your email address will not be published.