ଓଡ଼ିଶାରେ ଗୋଟିଏ ଦିନରେ ୫୬୧ କରୋନା ସଂକ୍ରମିତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬ କୁ ବୃଦ୍ଧି

ଭୁବନେଶ୍ୱର: ଜୁଲାଇ ୦୩ : ଓଡ଼ିଶାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୯ ଟି ଜିଲ୍ଲାରୁ ୫୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ I
ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ, କଟକ ରୁ ୮୧ ଜଣ, ରାୟଗଡା ରୁ ୭୬ ଜଣ, ଖୋର୍ଦ୍ଧା ରୁ ୨୬ ଜଣ, ବରଗଡ ରୁ ୨୧ ଜଣ, ବଲାଙ୍ଗୀର ରୁ ୧୯ ଜଣ,ମୟୁରଭଞ୍ଜ ରୁ ୧୦ ଜଣ, ସମ୍ବଲପୁର ରୁ ୮ ଜଣ, କେନ୍ଦୁଝର ଓ ଜଗତସିଂହପୁର ରୁ ୬ ଜଣ ଲେଖାଏଁ, କଳାହାଣ୍ଡି ରୁ ୫ ଜଣ, କୋରାପୁଟ ରୁ ୪ ଜଣ, ସୁନ୍ଦରଗଡ, ଯାଜପୁର ଓ ଢେଙ୍କାନାଳ ରୁ ୩ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ଝାରସୁଗୁଡା ରୁ ୨ ଜଣ ଲେଖାଏଁ ଏବଂ ପୁରୀ ଓ ଭଦ୍ରକ ରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I NDRF ର ଜଣେ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହେଇଛନ୍ତି I
ଏହାକୁ ମିଶାଇ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬ କୁ ବୃଦ୍ଧି ପାଇଛି I

Comments are closed.