ଓଡ଼ିଶାରେ ଗୋଟିଏ ଦିନରେ ୪,୩୫୬ ନୂଆ କରୋନା ସଂକ୍ରମିତ ଚିହ୍ନଟ; ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୨ ଲକ୍ଷ ୫ ହଜାର ୪୫୨ କୁ ବୃଦ୍ଧି

ଭୁବନେଶ୍ୱର: ସେପ୍ଟେମ୍ବର ୨୬: ଓଡ଼ିଶାରେ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୪,୩୫୬ ଟି କରୋନା ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିମଧ୍ୟରୁ, ୨,୫୨୯ ଜଣ ସଂଗରୋଧ ରେ ଥିଲେ ଏବଂ ବାକି ୧,୮୨୭ ଟି ସ୍ଥାନୀୟ ସଂକ୍ରମଣ I
ତେବେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ, ଓଡ଼ିଶାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫ ହଜାର ୪୫୨ କୁ ବୃଦ୍ଧି ପାଇଛି I
ଆଜି ରିପୋର୍ଟ ହେଇଥିବା ୪,୩୫୬ ଟି କେଶ ମଧ୍ୟରେ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୦୨ ଜଣ ଅଛନ୍ତି I
କଟକ ଜିଲ୍ଲାରେ ୪୦୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ଅନୁଗୁଳ ରେ ୧୯୭ ଜଣ, ବାଲେଶ୍ୱର ରେ ୧୯୪ ଜଣ, ନୂଆପଡା ରେ ୧୭୩ ଜଣ, ଜଗତସିଂହପୁର ରେ ୧୭୧ ଜଣ, ପୁରୀ ରେ ୧୬୮ ଜଣ, ମୟୁରଭଞ୍ଜ ରେ ୧୫୩ ଜଣ, ଯାଜପୁର ରେ ୧୩୬ ଜଣ, ଭଦ୍ରକ ରେ ୧୨୪ ଜଣ, ରାୟଗଡା ରେ ୧୨୧ ଜଣ, ଝାରସୁଗୁଡା ରେ ୧୨୦ ଜଣ, କେନ୍ଦ୍ରାପଡ଼ା ରେ ୧୧୯ ଜଣ, ବରଗଡ ରେ ୧୦୬ ଜଣ ଏବଂ ସୁନ୍ଦରଗଡ ରେ ୧୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ, କନ୍ଧମାଳ ରେ ୯୧ ଜଣ, ଢେଙ୍କାନାଳ ରେ ୮୪ ଜଣ, କୋରାପୁଟ ରେ ୮୨ ଜଣ, ସମ୍ବଲପୁର ରେ ୮୧ ଜଣ, ବଲାଙ୍ଗୀର ରେ ୭୬ ଜଣ, କଳାହାଣ୍ଡି ରେ ୭୧ ଜଣ, ଗଂଜାମ ରେ ୬୨ ଜଣ, ନବରଙ୍ଗପୁର ରେ ୫୮ ଜଣ, କେନ୍ଦୁଝର ରେ ୫୫ ଜଣ, ନୟାଗଡ ରେ ୫୧ ଜଣ, ବୌଦ ରେ ୪୯ ଜଣ, ମାଲକାନଗିରି ରେ ୨୮ ଜଣ, ଗଜପତି ରେ ୨୦ ଜଣ, ସୋନପୁର ଓ ଦେଓଗଡ ରେ ୧୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ଷ୍ଟେଟ ପୂଲ ରେ ୩୨୬ ଜଣ କରୋନା ସଂକ୍ରମିତ ଅଛନ୍ତି I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ, ଓଡ଼ିଶାରେ ଏ ପର୍ଯ୍ୟନ୍ତ ଏକ ଲକ୍ଷ ୬୫ ହଜାର ୪୩୨ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଛନ୍ତି I ଏବେ ୩୯ ହଜାର ୧୮୪ ଜଣ ଚିକିତ୍ସାଧୀନ ଅଛନ୍ତି I
୨୪ ଘଂଟାରେ ଓଡ଼ିଶାରେ ୧୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I

Comments are closed.