ଓଡ଼ିଶାରେ ଗୋଟିଏ ଦିନରେ ୪,୧୯୮ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୫୫ ହଜାର ୫ କୁ ବୃଦ୍ଧି

ଭୁବନେଶ୍ୱର: ସେପ୍ଟେମ୍ବର ୧୪: ଓଡ଼ିଶାରେ ରେକର୍ଡ ସଂଖ୍ୟକ ୪,୧୯୮ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୨,୪୭୬ ଜଣ ସଂଗରୋଧ ରେ ଥିଲେ ଏବଂ ୧,୭୨୨ ଟି ଲୋକାଲ କେଶ I
୪,୧୯୮ ନୂଆ କେଶ କୁ ମିଶାଇ, ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଏକ ଲକ୍ଷ ୫୫ ହଜାର ୫ କୁ ବୃଦ୍ଧି ପାଇଛି I
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, କଟକ ରେ ୩୬୭, ପୁରୀ ରେ ୩୧୦, ବଲାଙ୍ଗୀର ରେ ୧୯୭, ସୁନ୍ଦରଗଡ ରେ ୧୯୫, ଯାଜପୁର ରେ ୧୫୬, କେନ୍ଦ୍ରାପଡ଼ା ରେ ୧୪୩, ରାୟଗଡା ରେ ୧୩୬, ମୟୁରଭଞ୍ଜ ରେ ୧୩୩, ବାଲେଶ୍ୱର ଓ ସମ୍ବଲପୁର ରେ ୧୩୦ ଜଣ ଲେଖାଏଁ, ନୂଆପଡା ରେ ୧୧୬, ଅନୁଗୁଳ ରେ ୧୦୩ ଏବଂ ଷ୍ଟେଟ ପୂଲ ରେ ୨୧୮ ଜଣ ଚିହ୍ନଟ ହେଇଛନ୍ତି I
ସେହିପରି କୋରାପୁଟ ରେ ୯୯ ଜଣ, ନବରଙ୍ଗପୁର ରେ ୯୮ ଜଣ, ଜଗତସିଂହପୁର ରେ ୯୭ ଜଣ, ବରଗଡ ଓ ଝାରସୁଗୁଡା ରେ ୯୫ ଜଣ ଲେଖାଏଁ, କଳାହାଣ୍ଡି ରେ ୯୩ ଜଣ, ଢେଙ୍କାନାଳ ରେ ୮୦ ଜଣ, କନ୍ଧମାଳ ରେ ୭୮ ଜଣ, ସୋନପୁର ରେ ୭୪ ଜଣ, କେନ୍ଦୁଝର ରେ ୬୩ ଜଣ, ଭଦ୍ରକ ରେ ୫୩ ଜଣ, ଗଂଜାମ ରେ ୪୪ ଜଣ, ନୟାଗଡ ରେ ୪୩ ଜଣ,ଦେଓଗଡ ରେ ୩୪ ଜଣ, ମାଲକାନଗିରି ରେ ୨୨ ଜଣ, ବୌଦ ରେ ୧୯ ଜଣ ଏବଂ ଗଜପତି ରେ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁଯାଇ, ୨୪ ଘଂଟାରେ ୧୧ ଜଣ କରୋନା ସଂକ୍ରାମିତଙ୍କର ମୃତ୍ୟୁ ହେଇଛି ଏବଂ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୩୭ ରେ ପହଂଚିଛି I
ଏ ପର୍ଯ୍ୟନ୍ତ ମୋଟ ଏକ ଲକ୍ଷ ୧୮ ହଜାର ୬୪୨ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଛନ୍ତି I
ଏବେ, ୩୫ ହଜାର ୬୭୩ ଜଣ ଚିକିତ୍ସାଧୀନ ଅଛନ୍ତି I

In some cases, antibiotics used to treat acne may cause headaches. where to buy cialis in malaysia Antibiotics can sometimes cause allergic reactions.

Comments are closed.