ଓଡ଼ିଶାରେ ଗୋଟିଏ ଦିନରେ ୩୮୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୨୫୯୦ ଜଣ ସୁସ୍ଥ

ଭୁବନେଶ୍ୱର: ସେପ୍ଟେମ୍ବର ୬: ଓଡ଼ିଶାରେ ୩୮୧୦ ଟି ନୂଆ କେଶ ଚିହ୍ନଟ ହେଇଛି I ଏଥିସହିତ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୧ ଲକ୍ଷ ୨୪ ହଜାର ୩୧ ରେ ପହଂଚିଛି I ୩୮୧୦ ଟି କେଶ ମଧ୍ୟରୁ, ମୁଖ୍ୟତଃ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ବରଗଡ ରେ ୩୯୬ ଜଣ, କଟକ ରେ ୩୨୨ ଜଣ, ଯାଜପୁର ରେ ୨୫୨ ଜଣ, ଝାରସୁଗୁଡା ରେ ୧୯୨ ଜଣ, ମୟୁରଭଞ୍ଜ ରେ ୧୪୨ ଜଣ, ବାଲେଶ୍ୱର ରେ ୧୨୦ ଜଣ, ପୁରୀ ରେ ୧୧୭ ଜଣ, ଗଂଜାମ ରେ ୧୦୮ ଜଣ, ଭଦ୍ରକ ରେ ୧୦୭ ଜଣ, ସୋନପୁର ରେ ୧୦୬ ଜଣ, କେନ୍ଦ୍ରାପଡା ରେ ୧୦୩ ଜଣ ଏବଂ ରାୟଗଡା ରେ ୧୦୧ ଜଣ ଚିହ୍ନଟ ହେଇଛନ୍ତି I

ସେହିପରି ଆଜି ୨୫୯୦ ଜଣ ସୁସ୍ଥ ହେଇଛନ୍ତି I କଟକ ଜିଲ୍ଲାରୁ ସର୍ବାଧିକ ୪୩୧ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା,ମୟୁରଭଞ୍ଜ, ଗଂଜାମ, ରାୟଗଡା, କୋରାପୁଟ ଏବଂ ପୁରୀ ଜିଲ୍ଲା ରୁ ଶହେ ରୁ ଅଧିକ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହେଇଛନ୍ତି I
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୩୧ କୁ ବୃଦ୍ଧି ପାଇଥିବା ବେଳେ, ଆଜି ସୁଦ୍ଧା ୯୬ ହଜାର ୩୬୪ ଜଣ ସୁସ୍ଥ ହେଇସାରିଛନ୍ତି I ଏବେ ୨୭ ହଜାର ୬୮ ଜଣ ଚିକିତ୍ସାଧୀନ ଅଛନ୍ତି I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁଯାଇ, ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୫୪୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I

Most of these side effects may go away within a few days or a couple of weeks. where to buy cialis over the counter in malaysia Call your doctor right away if you have serious side effects.

Comments are closed.