ଓଡ଼ିଶାରେ ଗୋଟିଏ ଦିନରେ ୩୩୮୪ କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୯୮୬ କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୨୬: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି I ୨୪ ଘଂଟାରେ ଚିହ୍ନଟ ହେଇଛନ୍ତି ରେକର୍ଡ ସଂଖ୍ୟକ ୩୩୮୪ ଟି କେଶ I
ସେଥିରୁ, ୨୧୨୮ ଜଣ ସଙ୍ଗରୋଧ ରେ ଥିଲେ ଏବଂ ବାକି ୧୨୫୬ ଟି ଲୋକାଲ କଂଟାକଟ କେଶ I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁଯାଇ, ଖୋର୍ଦ୍ଧା ରେ ଗୋଟିଏ ଦିନରେ ସର୍ବାଧିକ ୫୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ କଟକ ରେ ୪୯୨ ଜଣ, ସମ୍ବଲପୁର ରେ ୧୮୨ ଜଣ, ମୟୁରଭଞ୍ଜ ଓ ଗଂଜାମ ରେ ୧୭୭ ଜଣ ଲେଖାଁଏ, ଯାଜପୁର ରେ ୧୭୬, ବରଗଡ ରେ ୧୫୭, ରାୟଗଡା ରେ ୧୫୪, ପୁରୀ ରେ ୧୨୧, ବଳାସରେ ରେ ୧୧୯, ସୁନ୍ଦରଗଡ ରେ ୧୦୧, ବଲାଙ୍ଗୀର ରେ ୯୯, ଝାରସୁଗୁଡା ରେ ୯୪, କୋରାପୁଟ ରେ ୮୯, ଭଦ୍ରକ ରେ ୮୨, କେନ୍ଦ୍ରାପଡ଼ା ଓ ନୟାଗଡ ରେ ୭୬ ଜଣ ଲେଖାଁଏ, କେନ୍ଦୁଝର ରେ ୬୩, ଢେଙ୍କାନାଳ ରେ ୬୦, କନ୍ଧମାଳ ରେ ୫୮, ମାଲକାନଗିରି ରେ ୪୪, ଜଗତସିଂହପୁର ରେ ୪୩, ସୋନପୁର ରେ ୩୭, ନବରଙ୍ଗପୁର ରେ ୩୧, କଳାହାଣ୍ଡି ରେ ୨୭, ନୂଆପଡା ରେ ୧୯, ଦେଓଗଡ ରେ ୧୬, ଅନୁଗୁଳ ରେ ୧୩, ଗଜପତି ରେ ୯ ଏବଂ ବୌଦ ରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଓଡିଶା ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୯୮୬ କୁ ବୃଦ୍ଧି ପାଇଛି I
ସେଥିମଧ୍ୟରୁ ଏ ପର୍ଯ୍ୟନ୍ତ ସୁସ୍ଥ ହେଇଛନ୍ତି ୬୨ ହଜାର ୮୧୩ ଜଣ I
୨୪ ଘଂଟାରେ ୭ ଜଣଙ୍କର ମୃତ୍ୟୁ ହେଇଛି ଏବଂ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୪୮ କୁ ବୃଦ୍ଧି ପାଇଛି I
ଏବେ ୨୭ ହଜାର ୬୭୨ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.