ଓଡ଼ିଶାରେ ଗୋଟିଏ ଦିନରେ ୨ ହଜାର ୪୯୬ ଟି କୋଭିଡ ପଜିଟିଭ କେଶ ଚିହ୍ନଟ

ଭୁବନେଶ୍ୱର: ଅଗଷ୍ଟ ୧୫: ଓଡ଼ିଶାରେ ଗୋଟିଏ ଦିନରେ ଚିହ୍ନଟ ହେଇଛନ୍ତି ୨ ହଜାର ୪୯୬ କଣ କରୋନା ଆକ୍ରାନ୍ତ I ରାଜ୍ୟରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୫୭ ହଜାର ୧୨୬ କୁ ବୃଦ୍ଧି ପାଇଛି I
ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁସାରେ, ୨,୪୯୬ ଟି ନୂଆ କେଶ ମଧ୍ୟରୁ, ୧୫୯୧ ଟି Quarantine Case ଏବଂ ୯୦୫ ଟି Local Contact Case I
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଗଂଜାମ ରୁ ୩୨୭, ବାଲେଶ୍ୱର ରୁ ୧୬୫, ସୁନ୍ଦରଗଡ ରୁ ୧୫୬, ରାୟଗଡା ରୁ ୧୪୬, କୋରାପୁଟ ରୁ ୧୩୩, କଟକ ରୁ ୧୨୮, ବୌଦ ରୁ ୧୧୫, ଭଦ୍ରକ ରୁ ୧୦୨, କନ୍ଧମାଳ ରୁ ୯୮, ପୁରୀ ରୁ ୯୩, ବଲାଙ୍ଗୀର ରୁ ୯୨, ସମ୍ବଲପୁର ରୁ ୮୧, ମାଲକାନଗିରି ୭୩, ଢେଙ୍କାନାଳ ୬୯, ଗଜପତି ୬୮, କେନ୍ଦୁଝର ୫୧, କଳାହାଣ୍ଡି ୪୨, ବରଗଡ ୩୬, ମୟୁରଭଞ୍ଜ ୨୩, ସୋନପୁର ୨୦, ଝାରସୁଗୁଡା ୧୯, ନୂଆପଡା ୧୬, ଜଗତସିଂହପୁର ୧୪, କେନ୍ଦ୍ରାପଡ଼ା ୧୩, ଅନୁଗୁଳ ୧୨, ଯାଜପୁର ଓ ନବରଙ୍ଗପୁର ରୁ ୧୧ ଜଣ ଲେଖାଏଁ ଏବଂ ନୟାଗଡ ରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଏ ପର୍ଯ୍ୟନ୍ତ ସୁସ୍ଥ ହେଇଛନ୍ତି ୩୯ ହଜାର ୨୦୫ ଜଣ I ଏବେ ମୋଟ ୧୭ ହଜାର ୫୩୪ ଜଣ ଚିକିତ୍ସାଧୀନ ଅଛନ୍ତି I
ଗତ ୨୪ ଘଂଟାରେ ୯ ଜଣଙ୍କ ମୃତ୍ୟୁ ହେଇଛି I ଏହାକୁ ମିଶାଇ, ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୩ କୁ ବୃଦ୍ଧି ପାଇଛି I

Comments are closed.