ଓଡ଼ିଶାରେ ଗୋଟିଏ ଦିନରେ ୧୮୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଅଗଷ୍ଟ ୭: ଓଡ଼ିଶାରେ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୧ ହଜାର ୮୩୩ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛନ୍ତି I ସେଥିରୁ ୧ ହଜାର ୧୧୮ ଟି କ୍ୱାରାଣ୍ଟ।ଇନ କେଶ ଥିବା ବେଳେ ୭୧୫ ଟି ଲୋକାଲ କେଶ ଅଛି । ରାଜ୍ୟରେ ମୋଟ କୋଭିଡି ପଜିଟିଭ ସଂଖ୍ୟା ୪୨ ହଜାର ୫୫୦ କରୁ ବୃଦ୍ଧି ପାଇଛି ।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୯୮ ଟି କେଶ ୨୪ ଘଂଟାରେ ଚିହ୍ନଟ ହେଇଛନ୍ତି । ସେହିପରି ଗଂଜାମ ଜିଲ୍ଲାରେ ୨୭୯ ଟି , ରାୟଗଡା ରେ ୧୫୨ ଟି , କଟକ ରେ ୧୨୪ ଟି ସୁନ୍ଦରଗଡ ରେ ୧୧୦ ଟି , କଳାହାଣ୍ଡିରେ ୮୪ ଟି ବାଲେଶ୍ୱର ରେ ୬୯ ଟି , ପୁରୀ ରେ ୬୭ ଟି ନୟାଗଡ ରେ ୬୧ ଟି ଯାଜପୁର ରେ ୬୦ ଟି ଭଦ୍ରକ ରେ ୫୦ ଟି , କୋରାପୁଟ ରେ ୪୭ ଟି , ଢେଙ୍କାନାଳ ରେ ୪୩ ଟି ସମ୍ବଲପୁର ରେ ୩୯ ଟି , ବଲାଙ୍ଗୀର ରେ ୩୭ ଟି ମାଲକାନଗିରି ରେ ୩୬ ଟି , ଗଜପତି ରେ ୩୫ ଟି , ବୌଦ , କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜ ରେ ୩୪ ଟି ଲେଖାଏଁ ସୋନପୁର ରେ ୩୩ ଟି , ଝାରସୁଗୁଡା ରେ ୩୦ ଟି , ଜଗତସିଂହପୁର, କନ୍ଧମାଳ ଓ କେନ୍ଦୁଝର ରେ ୧୬ ଟି ଲେଖାଏଁ , ନବରଙ୍ଗପୁର ରେ ୧୧ ଟି , ଅନୁଗୁଳ ରେ ୯ ଟି , ବରଗଡ ରେ ୮ ଟି ଏବଂ ନୂଆପଡା ରେ ଗୋଟିଏ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I
ରାଜ୍ୟରେ ଏ ପର୍ଯ୍ୟନ୍ତ ଚିହ୍ନଟ ହେଇଥିବା ୪୨ ହଜାର ୫୫୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୬ ହଜାର ୮୮୮ ଜଣ ସୁସ୍ଥ ହେଇସାରିଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ କରୋନା ରେ ମୋଟ ୧୪୭ ଜଣଙ୍କ ମୃତ୍ୟୁ ହେଇଛି । ଏବେ ମୋଟ ୧୫ ହଜାର ୩୭୦ ଜଣ ଚିକିତ୍ସାଧୀନ ଅଛନ୍ତି ।

Comments are closed.