ଓଡ଼ିଶାରେ ଗୋଟିଏ ଦିନରେ ୧୮୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ଅଗଷ୍ଟ 7: ଓଡ଼ିଶାରେ ଆଜି ୧୮୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୨୮ ହଜାର ୬୯୭ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଛନ୍ତି ।
କେବଳ ଗଞ୍ଜାମରୁ ୭୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଥିବା ବେଳେ ଖୋର୍ଦ୍ଧା ରୁ ୨୦୨ , କଟକ ରୁ ୧୪୭, ଗଜପତିରୁ ୧୩୬ , ଢେଙ୍କାନାଳ ରୁ ୧୧୬ , ସୁନ୍ଦରଗଡରୁ ୧୦୬ , ସମ୍ବଲପୁରରୁ ୬୨ , ରାୟଗଡାରୁ ୫୫ , କେନ୍ଦୁଝର ରୁ ୩୭ , ଅନୁଗୁଳ ରୁ ୩୪ , କଳାହାଣ୍ଡି ରୁ ୨୪ , କୋରାପୁଟରୁ ୨୨ , ଯାଜପୁର ରୁ ୨୦ , ବରଗଡରୁ ୧୯ , ବାଲେଶ୍ୱର ରୁ ୧୭ , ବଲାଙ୍ଗୀର ଓ ମୟୂରଭଞ୍ଜରୁ ୧୫ ଜଣ ଲେଖାଁଏ , କେନ୍ଦ୍ରାପଡ଼ାର ୧୪ , ଭଦ୍ରକରୁ ୧୩ , ଦେଓଗଡ ଏବଂ ନବରଙ୍ଗପୁରରୁ ୧୧ ଜଣ ଲେଖାଁଏ , ଜଗତସିଂହପୁର ଓ ଝାରସୁଗୁଡା ରୁ ୮ ଜଣ ଲେଖାଁଏ , ପୁରୀରୁ ୬ , ବୌଦ ରୁ ୫ , ସୋନପୁର ରୁ ୪ ଏବଂ ମାଲକାନଗିରି ରୁ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି ।

Comments are closed.