ଓଡ଼ିଶାରେ ଗୋଟିଏ ଦିନରେ ୧୬୦୨ କୋଭିଡ-୧୯ ପଜିଟିଭ ଚିହ୍ନଟ: ୧୦ ମୃତ

0

ଭୁବନେଶ୍ୱର: ଅଗଷ୍ଟ ୦୧: ଓଡ଼ିଶାରେ ୨୪ ଘଂଟାରେ ୧୬୦୨ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୯୯୩ ଟି Quarantine Case ଏବଂ ୬୦୯ ଟି Local Contact Case I ୧୬୦୨ କେଶ କୁ ମିଶାଇ, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୪୭୯ କୁ ବୃଦ୍ଧି ପାଇଛି I
ଚିହ୍ନଟ ହେଇଥିବା ୧୬୦୨ ଟି କେଶ ମଧ୍ୟରୁ, ଶତକଡା ୫୦ ଭାଗ କେଶ କେବଳ ଗଂଜାମ, ଖୋର୍ଦ୍ଧା , ରାୟଗଡା ଓ ଗଜପତି ରୁ ଚିହ୍ନଟ ହେଇଛନ୍ତି I ଗଂଜାମ ରେ ୩୦୮ ଟି ନୂଆ କେଶ ଚିହ୍ନଟ ହେଇଥିବା ବେଳେ, ଖୋର୍ଦ୍ଧା ରେ ୨୮୫, ରାୟଗଡା ରେ ୧୬୪ ଓ ଗଜପତି ରେ ୧୦୮ ଟି ନୂଆ କେଶ ଚିହ୍ନଟ ହେଇଛନ୍ତି I
ସେହିପରି, ସୁନ୍ଦରଗଡ ରେ ୬୨ ଜଣ , କଟକ ରେ ୫୪ ଜଣ , ପୁରୀ ରେ ୫୦ ଜଣ , ଢେଙ୍କାନାଳ ରେ ୪୯ ଜଣ , କୋରାପୁଟ ରେ ୪୬ ଜଣ , କନ୍ଧମାଳ ରେ ୪୫ ଜଣ , ଯାଜପୁର ରେ ୪୪ ଜଣ , ମୟୁରଭଞ୍ଜ ଓ ସମ୍ବଲପୁର ରେ ୩୯ ଜଣ ଲେଖାଏଁ, ବଲାଙ୍ଗୀର ରେ ୩୮ ଜଣ, ନୟାଗଡ ରେ ୩୩ ଜଣ, କେନ୍ଦୁଝର ରେ ୩୧ ଜଣ, ମାଲକାନଗିରି ଓ କଳାହାଣ୍ଡିରେ ୩୦ ଜଣ ଲେଖାଏଁ , ବାଲେଶ୍ୱର ରେ ୨୯ ଜଣ, ଭଦ୍ରକ ରେ ୨୦ ଜଣ, ଜଗତସିଂହପୁର ରେ ୧୯ ଜଣ, ଅନୁଗୁଳ ଓ କେନ୍ଦ୍ରାପଡ଼ା ରେ ୧୫ ଜଣ ଲେଖାଏଁ , ବରଗଡ ରେ ୧୩ ଜଣ, ନବରଙ୍ଗପୁର ଓ ବୌଦ ରେ ୯ ଜଣ ଲେଖାଏଁ , ଝାରସୁଗୁଡା ରେ ୭ ଜଣ, ସୋନପୁର ରେ ୬ ଜଣ ଏବଂ ନୂଆପଡା ରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଅନ୍ୟପକ୍ଷରେ ୨୪ ଘଂଟାରେ ୧୦ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I ଗଂଜାମ ରୁ ୫ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଏବଂ ସୁନ୍ଦରଗଡ ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହେଇଛି I ଓଡ଼ିଶାରେ ଆଜି ସୁଦ୍ଧା ମୋଟ ୧୮୭ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହେଇଛି I

Leave A Reply

Your email address will not be published.