ଓଡ଼ିଶାରେ ଗୋଟିଏ ଦିନରେ ସୁସ୍ଥ ହେଲେ ୩୩୪୩ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଅଗଷ୍ଟ ୨୬: ଓଡ଼ିଶାରେ ଆଜି ରେକର୍ଡ ସଂଖ୍ୟକ ୩୩୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁଯାଇ , ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୩୨ ଜଣ ସୁସ୍ଥ ହେଇଥିବା ବେଳେ , ସୁନ୍ଦରଗଡ ରୁ ୨୬୧ ଜଣ , ଭଦ୍ରକ ରୁ ୨୪୫ ଜଣ , ଗଂଜାମ ରୁ ୨୩୮ ଜଣ ,ରାୟଗଡା ରୁ ୨୧୭ ଜଣ , କଟକ ରୁ ୧୮୧ ଜଣ , ବାଲେଶ୍ୱର ରୁ ୧୫୫ ଜଣ , ସମ୍ବଲପୁର ରୁ ୧୨୭ ଜଣ , ପୁରୀ ରୁ ୧୨୧ ଜଣ , କୋରାପୁଟ ରୁ ୧୧୯ ଜଣ , ମୟୁରଭଞ୍ଜ ରୁ ୧୧୨ ଜଣ ,ସୋନପୁର ରୁ ୧୦୩ ଜଣ , ବୌଦ ରୁ ୮୪ ଜଣ , ବରଗଡ ରୁ ୭୮ ଜଣ , କନ୍ଧମାଳ ରୁ ୬୮ ଜଣ ,ବଲାଙ୍ଗୀର ରୁ ୬୫ ଜଣ , ନୟାଗଡ ରୁ ୬୦ ଜଣ , କଳାହାଣ୍ଡି ରୁ ୫୬ ଜଣ , ମାଲକାନଗିରି ରୁ ୫୪ ଜଣ ,ଢେଙ୍କାନାଳ ରୁ ୪୯ ଜଣ ,ନବରଙ୍ଗପୁର ରୁ ୩୬ ଜଣ ,କେନ୍ଦୁଝର ରୁ ୩୪ ଜଣ ,ଯାଜପୁର ରୁ ୩୨ ଜଣ , ଗଜପତି ରୁ ୨୭ ଜଣ , ଅନୁଗୁଳ ରୁ ୨୨ ଜଣ , ଝାରସୁଗୁଡା ରୁ ୨୦ ଜଣ , କେନ୍ଦ୍ରାପଡ଼ା ରୁ ୧୯ ଜଣ , ଜଗତସିଂହପୁର ରୁ ୧୬ ଜଣ ,ନୂଆପଡା ରୁ ୧୧ ଜଣ ଏବଂ ଦେଓଗଡ ରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୬୨ ହଜାର ୮୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I

Comments are closed.