ଓଡ଼ିଶାରେ ଗୋଟିଏ ଦିନରେ ସର୍ବାଧିକ ୨୩୭ କରୋନା ସଂକ୍ରମିତ ସୁସ୍ଥ; ଏ ପର୍ଯ୍ୟନ୍ତ ମୋଟ ସୁସ୍ଥହେଲେଣି ୩୫୩୪ ଜଣ

0

ଭୁବନେଶ୍ୱର: ଜୁନ ୨୦: ଆଜି ଗୋଟିଏ ଦିନରେ ସର୍ବାଧିକ ୨୩୭ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I ସେମାନଙ୍କ ମଧ୍ୟରୁ, କଟକରୁ ସୁସ୍ଥ ହେଇଛନ୍ତି ୭୦ ଜଣ, ଖୋର୍ଦ୍ଧା ରୁ ୫୪ ଜଣ, ଜଗତସିଂହପୁର ରୁ ୨୦ ଜଣ, କନ୍ଧମାଳ ରୁ ୧୯ ଜଣ, ଗଂଜାମ ରୁ ୧୭ ଜଣ, ଭଦ୍ରକ ଓ ମୟୁରଭଞ୍ଜ ରୁ ୯ ଜଣ ଲେଖାଏଁ, କେନ୍ଦୁଝର ରୁ ୮ ଜଣ, ଢେଙ୍କାନାଳ ଓ ପୁରୀ ରୁ ୭ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ନୟାଗଡ ରୁ ୪ ଜଣ ଲେଖାଏଁ, କଳାହାଣ୍ଡି, ମାଲକାନଗିରି, ଓ ସମ୍ବଲପୁର ରୁ ୨ ଜଣ ଲେଖାଏଁ ଏବଂ ବୌଦ, ଝାରସୁଗୁଡା ଓ ସୁନ୍ଦରଗଡ ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ, ଓଡ଼ିଶାରେ ମୋଟ ୩୫୩୪ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇସାରିଲେଣି I
ଏବେ ରାଜ୍ୟରେ, ୧୩୦୬ ଜଣ ଚିକିତ୍ସାଧୀନ ଅଛନ୍ତି I

Leave A Reply

Your email address will not be published.