ଓଡ଼ିଶାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୩ ହଜାର ୯୯୧ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ

ଭୁବନେଶ୍ୱର: ସେପ୍ଟେମ୍ବର ୧୦: ଓଡ଼ିଶାରେ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୩ ହଜାର ୯୯୧ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୨,୩୧୫ ଜଣ ସଂଗରୋଧ ରେ ଥିଲେ ଏବଂ ବାକି ୧,୬୭୬ ଟି ଲୋକାଲ contact କେଶ I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୭ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେହିପରି, କଟକ ରେ ୩୯୨, ପୁରୀ ରେ ୩୩୨, ବଲାଙ୍ଗୀର ରେ ୧୮୦, ବରଗଡ ରେ ୧୬୯, ମୟୁରଭଞ୍ଜ ରେ ୧୬୦, ଯାଜପୁର ରେ ୧୪୮, କେନ୍ଦ୍ରାପଡ଼ା ରେ ୧୪୭, କୋରାପୁଟ ରେ ୧୨୭, ନବରଙ୍ଗପୁର ରେ ୧୨୫, ଅନୁଗୁଳ ରେ ୧୧୪, ଜଗତସିଂହପୁର ରେ ୧୦୯, ସମ୍ବଲପୁର ରେ ୧୦୪, ଢେଙ୍କାନାଳ ରେ ୧୦୧ ଟି କେଶ ଚିହ୍ନଟ ହେଇଥିବା ବେଳେ ଷ୍ଟେଟ ପୂଲ ରୁ ୧୧୪ ଟି କରୋନା କେଶ ଚିହ୍ନଟ ହେଇଛି I
ସୁନ୍ଦରଗଡ ରୁ ୯୮, ନୂଆପଡା ରୁ ୯୬, ଗଂଜାମ ଜିଲ୍ଲାରୁ ୯୫, ଭଦ୍ରକ ରୁ ୮୨, କେନ୍ଦୁଝର ରୁ ୮୧, ବାଲେଶ୍ୱର, କଳାହାଣ୍ଡି ଓ ସୋନପୁର ରୁ ୭୪ ଜଣ ଲେଖାଏଁ, ରାୟଗଡା ରୁ ୫୮, କନ୍ଧମାଳ ରୁ ୫୭, ଝାରସୁଗୁଡା ରୁ ୪୯, ନୟାଗଡ ରୁ ୪୮, ବୌଦ ରୁ ୪୧, ମାଲକାନଗିରି ରୁ ୧୯ ଏବଂ ଦେଓଗଡ ଓ ଗଜପତି ରୁ ୧୮ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୩୯ ହଜାର ୧୨୧ କୁ ବୃଦ୍ଧି ପାଇଛି I ସେଥିମଧ୍ୟରୁ, ଏକ ଲକ୍ଷ ୫ ହଜାର ୨୯୫ ଜଣ ସୁସ୍ଥ ହେଇସାରିଛନ୍ତି I ଏବେ ୩୩ ହଜାର ୧୮୨ ଜଣ ଚିକିତ୍ସାଧୀନ ଅଛନ୍ତି I

Simply answer a few questions about yourself and your medical concern. cialis malaysia You will then connect with a doctor through an in-app real-time online chat.

Comments are closed.