ଓଡ଼ିଶାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୪୩୩୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ସେପ୍ଟେମ୍ବର ୨୦: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୪୩୩୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ, ୧୭୭୪ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୫୫୬ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ୪୩୩୦ ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୪୪ ଟି ଓ କଟକ ଜିଲ୍ଲାରୁ ୫୪୯ ଟି, ପୁରୀରୁ ୨୯୨ଟି, କନ୍ଧମାଳରୁ ୧୭୮ ଟି , ଅନୁଗୁଳରୁ ୧୭୬ଟି, ଜଗତସିଂହପୁରରୁ ୧୬୭ ଟି , ଯାଜପୁରରୁ ୧୫୮ ଟି ,ଝାରସୁଗୁଡ଼ାରୁ ୧୫୩ ଟି, ମୟୁରଭଞ୍ଜରୁ ୧୫୨ ଟି, , ନବରଙ୍ଗପୁର ୧୩୩ ଟି, ସୁନ୍ଦେରଗଡ ୧୨୩ ଟି, ବାଲେଶ୍ୱର ୧୨୧ ଟି , କେନ୍ଦୁଝର ୧୧୮ ଟି, , କେନ୍ଦ୍ରାପଡ଼ା ୧୦୭ ଟି , ସମ୍ବଲପୁର ୧୦୭ ଟି , କଳାହାଣ୍ଡି ୧୦୦ ଟି , ବରଗଡ଼ରୁ ୯୯ ଟି , କୋରାପୁଟରୁ ୯୪ଟି, ରାୟଗଡ଼ାରୁ ୮୫ଟି, ବଲାଙ୍ଗୀରରୁ ୭୯ ଟି , ଭଦ୍ରକରୁ ୭୪ଟି, ଢେଙ୍କାନାଳରୁ ୬୭ ଟି , ମାଲକାନଗିରି ୬୩ ଟି , ନୂଆପଡା ୬୨ ଟି, ନୟାଗଡ଼ରୁ ୫୩ ଟି , ଗଞ୍ଜାମରୁ ୫୧ ଟି , ବୌଦ ରୁ ୪୭ ଟି , ସୋନପୁରରୁ ୨୫ ଟି , ଗଜପତି ୧୬ ଟି, ଦେଓଗଡ ରୁ ୧୨ ଟି ଏବଂ ଷ୍ଟେଟ ପୂଲ ରୁ ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I

ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୯ ହଜାର ୮୮୦ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୩୭୪୬୯ ଥିବାବେଳେ ୧୪୧୬୫୭ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Comments are closed.