ଓଡ଼ିଶାରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୪୫ ହଜାର ଟପିଲା; ୨୪ ଘଂଟାରେ ୧୭୩୪ କୋଭିଡ ପଜିଟିଭ କେଶ

ଭୁବନେଶ୍ୱର: ଅଗଷ୍ଟ ୯: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୭୩୪ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି । ସେଥିରୁ ୧୦୭୫ ଟି quarantine case ଥିବାବେଳେ ୬୫୯ ଟି local contact case ଅଛି ।
୧୭୩୪ ଟି କେଶ ମଧ୍ୟରୁ , କେବଳ ଖୋର୍ଦ୍ଧା ଜିଲ୍ଲାରେ ୩୪୨ ଟି ଚିହ୍ନଟ ହେଇଛନ୍ତି । ସେହିପରି ଗଂଜାମ ରୁ ୨୨୨ , କଟକ ରୁ ୧୭୭ ସୁନ୍ଦରଗଡ ରୁ ୧୨୬ , ନୟାଗଡ ରୁ ୧୦୬ , ଗଜପତି ରୁ ୮୫ , ବାଲେଶ୍ୱର ରୁ ୭୩ , କୋରାପୁଟ ରୁ ୬୦ , କନ୍ଧମାଳ ରୁ ୫୯ , ଭଦ୍ରକ ରୁ ୫୮ , ପୁରୀ ରୁ ୫୫ , ମାଲକାନଗିରି ରୁ ୫୨ , ବରଗଡ ରୁ ୫୧ , ଯାଜପୁର ରୁ ୩୮ , ମୟୁରଭଞ୍ଜ ରୁ ୩୫ , ଢେଙ୍କାନାଳ ରୁ ୨୯ , କେନ୍ଦୁଝର ରୁ ୨୭ , କଳାହାଣ୍ଡି ରୁ ୨୪ , ନୂଆପଡା ରୁ ୨୨ ରାୟଗଡା ରୁ ୧୮ , ସମ୍ବଲପୁର ରୁ ୧୪ , ସୋନେପୁର ରୁ ୧୩ , ନବରଙ୍ଗପୁର ରୁ ୧୩ , ଜଗତସିଂହପୁର ରୁ ୧୨ , ବଲାଙ୍ଗୀର ରୁ ୬ ଝାରସୁଗୁଡା ରୁ ୬ , ଦେଓଗଡ ରୁ ୫ , ଅନୁଗୁଳ ରୁ ୪ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ରୁ ୨ ଟି କରୋନା ପଜିଟିଭ କେଶ ଚିହ୍ନଟ ହେଇଛି ।
ଏହାକୁ ମିଶାଇ ଓଡ଼ିଶାରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୪୫ ହଜାର ୯୨୭ କୁ ବୃଦ୍ଧି ପାଇଛି ।

Comments are closed.