ଓଡ଼ିଶାରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୨୫ କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୫: ଓଡ଼ିଶାରେ ୨୪ ଘଂଟାରେ ୯ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେଇଛି I ଏହାକୁ ମିଶାଇ, ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୨୫ କୁ ବୃଦ୍ଧି ପାଇଛି I
ଆଜି ମୃତ୍ୟୁ ବରଣ କରିଥିବା ୯ ଜଣଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ ୫ ଜଣ ଥିବା ବେଳେ, ଗଜପତି, କେନ୍ଦୁଝର, ଖୋର୍ଦ୍ଧା ଓ ସୁନ୍ଦରଗଡ ରୁ ଜଣେ ଲେଖାଏଁ ଅଛନ୍ତି I
ଗଂଜାମ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୧୭ ଜଣଙ୍କ ମୃତ୍ୟୁ ହେଇଥିବା ବେଳେ, ଖୋର୍ଦ୍ଧା ରେ ୩୧ ଜଣ, ଗଜପତି ରେ ୧୪ ଜଣ, ସୁନ୍ଦରଗଡ ରେ ୧୧ ଜଣ ଏବଂ କେନ୍ଦୁଝର ରେ ଜଣଙ୍କର ମୃତ୍ୟୁ ହେଇଛି I

Comments are closed.