ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୬ କୁ ବୃଦ୍ଧି ; ଗତ ୨୪ ଘଣ୍ଟାରେ ମୃତ୍ୟୁବରଣ କରିଛନ୍ତି ୧୦ ଜଣ

ଭୁବନେଶ୍ୱର: ଅଗଷ୍ଟ ୧୧ : ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୦ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I ଗଂଜାମ ଓ ଖୋର୍ଦ୍ଧା ରୁ ୩ ଜଣ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହେଇଥିବା ବେଳେ, ରାୟଗଡା , ସୁନ୍ଦରଗଡ , ବାଲେଶ୍ୱର ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହେଇଛି I
ଏଥିସହ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୯୬ କୁ ବୃଦ୍ଧି ପାଇଛି I
ଆଜିସୁଦ୍ଧା , ଗଂଜାମ ରେ ସର୍ବାଧିକ ୧୪୦ ଜଣ ଙ୍କର ମୃତ୍ୟୁ ହେଇଛି I ସେହିପରି, ଖୋର୍ଦ୍ଧା ରୁ ୪୧ ଜଣ, ସୁନ୍ଦରଗଡ ରୁ ୧୯ ଜଣ, ଗଜପତି ରୁ ୧୬ ଜଣ , ରାୟଗଡା ରୁ ୧୨ ଜଣ ଓ କଟକ ରୁ ୧୧ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି I
ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁସାରେ, ୨୪ ଘଣ୍ଟାରେ ୨ ଜଣ କରୋନା ଆକ୍ରାନ୍ତଂକର ଅନ୍ୟ କାରଣରୁ/ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ହେଇଛି I

Comments are closed.