ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨ହଜାର ୨୯୪କୁ ବୃଦ୍ଧି; ଗୋଟିଏ ଦିନରେ ଚିହ୍ନଟ ହେଲେ୨୨୪୪ଜଣ

ଭୁବନେଶ୍ୱର: ଅଗଷ୍ଟ୧୭: ଓଡ଼ିଶାରେ୨୪ଘଂଟାରେ୨,୨୪୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I  ସେଥିରୁ, ୧୩୯୦ଜଣ ସଙ୍ଗରୋଧରେ ଥିଲେ ଏବଂ ବାକି ୮୫୪ଟି  Local Contact Case I

ଖୋର୍ଦ୍ଧାରୁ ସର୍ବାଧିକ ୩୧୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, ଗଂଜାମରୁ୨୪୩ଜଣ, କଟକରୁ୧୯୪ଜଣ, ରାୟଗଡାରୁ୧୬୦ଜଣ, ବାଲେଶ୍ୱରରୁ୧୪୨ଜଣ, ସୁନ୍ଦରଗଡରୁ ୧୩୬ଜଣ, କନ୍ଧମାଳରୁ ୧୨୧ଜଣ, ଭଦ୍ରକରୁ୧୦୪ଜଣ, ଯାଜପୁର ଓମାଲକାନଗିରିରୁ ୯୮ଜଣ ଲେଖାଏଁ, କୋରାପୁଟରୁ ୯୪ଜଣ, ମୟୁରଭଞ୍ଜରୁ ୯୧ଜଣ, ପୁରୀରୁ୬୮ଜଣ, କଳାହାଣ୍ଡିରୁ୬୭ଜଣ, ବୌଦରୁ୪୯ଜଣ, ବଲାଙ୍ଗୀରରୁ ୩୭ଜଣ, ସମ୍ବଲପୁର ଓ ବରଗଡରୁ ୩୫ଜଣ ଲେଖାଏଁ , କେନ୍ଦ୍ରାପଡ଼ାରୁ ୨୭ଜଣ, ନବରଙ୍ଗପୁରରୁ ୨୧ଜଣ, ଢେଙ୍କାନାଳରୁ ୧୮ଜଣ, ଜଗତସିଂହପୁରରୁ ୧୬ଜଣ, ଅନୁଗୁଳରୁ ୧୫ଜଣ, ନୟାଗଡ ଓ କେନ୍ଦୁଝରରୁ୧୩ଜଣ ଲେଖାଏଁ , ଝାରସୁଗୁଡାରୁ୧୨ଜଣ, ସୋନପୁରରୁ୧୧ଜଣ, ନୂଆପଡାରୁ ୯ ଜଣ ଏବଂ ଗଜପତିରୁ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I

ଏହାକୁମିଶାଇ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨ହଜାର୨୯୪କୁ ବୃଦ୍ଧିପାଇଛି I

ଅନ୍ୟପକ୍ଷରେ, ଏପର୍ଯ୍ୟନ୍ତ୪୨ହଜାର୨୭୭ଜଣସୁସ୍ଥହେଇଛନ୍ତି I

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟଅନୁସାରେ, ଏବେ୧୯ହଜାର୬୧୧ଜଣ ଚିକିତ୍ସାଧୀନ ଅଛନ୍ତି I

ଆଜି୧୦ଜଣକରୋନା ରୋଗୀ ଚିକିତ୍ସାଧୀନ ଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି I  ଏଥିସହ ରାଜ୍ୟରେ, କରୋନାଜନିତ ମୃତ୍ୟୁସଂଖ୍ୟା ୩୫୩କୁ ବୃଦ୍ଧିପାଇଛି I

 

Comments are closed.