ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ହଜାର ୭୯୬ କୁ ବୃଦ୍ଧି ; ମୋଟ ମୃତ୍ୟୁ ସଂଖ୍ୟା ୨୯୬

ଭୁବନେଶ୍ୱର: ଅଗଷ୍ଟ ୧୧: ୨୪ ଘଣ୍ଟାରେ ରାଜ୍ୟରେ ୧୩୪୧ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି । ଏହାସହ ଓଡ଼ିଶାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮ ହଜାର ୭୯୬ କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁସାରେ , ୧୩୪୧ ଟି କେଶ ମଧ୍ୟରୁ ୮୧୮ ଟି କେଶ Quarantine ରେ ଥିଲେ ଏବଂ ବାକି ୫୨୩ ଟି କେଶ Local Contact Case ।
ଗଂଜାମ ରେ ୨୪ ଘଂଟାରେ ୨୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ , ଖୋର୍ଦ୍ଧା ରେ ୨୧୮ , ସୁନ୍ଦରଗଡ ରେ ୯୧, ଭଦ୍ରକ ରେ ୮୩, କଟକ ରେ ୭୬, ରାୟଗଡା ରେ ୭୫, ଝାରସୁଗୁଡା ରେ ୬୭, ନୟାଗଡ ରେ ୫୭,ବରଗଡ ରେ ୫୬ ,ବାଲେଶ୍ୱର ରେ ୫୪, କୋରାପୁଟ ରେ ୪୫, ବଲାଙ୍ଗୀର ଓ କେନ୍ଦ୍ରାପଡ଼ା ରେ ୨୭ ଜଣ ଲେଖାଏଁ, ସମ୍ବଲପୁର ରେ ୨୬, କଳାହାଣ୍ଡିରେ ୨୫, କେନ୍ଦୁଝର ରେ ୨୩, ଗଜପତି ରେ ୨୦, ମାଲକାନଗିରି ରେ ୧୭, ପୁରୀ, ଜଗତସିଂହପୁର ଓ କନ୍ଧମାଳ ରୁ ୧୬ ଜଣ ଲେଖାଏଁ , ଯାଜପୁର ରୁ ୧୫, ସୋନପୁର ଓ ଢେଙ୍କାନାଳ ରୁ ୧୪ ଜଣ ଲେଖାଏଁ , ବୌଦ ରୁ ୧୦ ଜଣ, ମୟୁରଭଞ୍ଜ ରୁ ୯ ଜଣ, ନୂଆପଡା ରୁ ୭ ଜଣ, ନବରଙ୍ଗପୁର ରୁ ୬ ଜଣ ଏବଂ ଅନୁଗୁଳ ରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ରାଜ୍ୟରେ ୩୩ ହଜାର ୨୧ ଜଣ ସୁସ୍ଥ ହେଇସାରିଛନ୍ତି ।
୨୪ ଘଣ୍ଟାରେ ୧୦ ଜଣଙ୍କର ମୃତ୍ୟୁ ହେଇଛି । ଏଥିସହ ମୋଟ ମୃତ୍ୟୁ ସଂଖ୍ୟା୨୯୬ କୁ ବୃଦ୍ଧି ପାଇଛି । ଏବେ ଓଡ଼ିଶାରେ ୧୫ ହଜାର ୪୨୬ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

Comments are closed.