ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଲା; କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୪୮୨ କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୩୦: ଓଡ଼ିଶାରେ ୨୪ ଘଂଟାରେ ଚିହ୍ନଟ ହେଇଛନ୍ତି ୩ ହଜାର ୧୪ ଜଣ ନୂଆ କରୋନା ଆକ୍ରାନ୍ତ I ଏହାକୁ ମିଶାଇ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୯୩୪ କୁ ବୃଦ୍ଧି ପାଇଛି I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁସାରେ, ୩ ହଜାର ୧୪ ଟି ନୂଆ କେଶ ମଧ୍ୟରୁ, ୧୮୬୮ ଜଣ ସଙ୍ଗରୋଧ ରେ ଥିଲେ ଏବଂ ବାକି ୧୧୪୬ ଟି ଲୋକାଲ କଂଟାକଟ କେଶ I
୨୪ ଘଂଟାରେ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ କଟକ ରେ ୩୩୭ ଜଣ, ମୟୁରଭଞ୍ଜ ରେ ୨୯୨ ଜଣ, ଗଂଜାମ ରେ ୨୧୬ ଜଣ, ବାଲେଶ୍ୱର ରେ ୧୩୮ ଜଣ, ବରଗଡ ରେ ୧୨୪ ଜଣ, କୋରାପୁଟ ରେ ୧୨୦ ଜଣ, ପୁରୀ ରେ ୧୧୮ ଜଣ, ରାୟଗଡା ରେ ୧୦୪ ଜଣ, ସମ୍ବଲପୁର ରେ ୧୦୨ ଜଣ, ସୁନ୍ଦରଗଡ ରେ ୯୧ ଜଣ, କେନ୍ଦୁଝର ରେ ୬୮ ଜଣ, ଜଗତସିଂହପୁର ରେ ୬୬ ଜଣ, କନ୍ଧମାଳ ରେ ୬୦ ଜଣ, ଢେଙ୍କାନାଳ ଓ ମାଲକାନଗିରି ରେ ୪୯ ଜଣ ଲେଖାଏଁ, ଝାରସୁଗୁଡା ରେ ୪୫ ଜଣ, କେନ୍ଦ୍ରାପଡ଼ା ଓ ସୋନପୁର ରେ ୪୪ ଜଣ ଲେଖାଏଁ , ଭଦ୍ରକ ଓ କଳାହାଣ୍ଡି ରେ ୪୦ ଜଣ ଲେଖାଏଁ , ଯାଜପୁର ଓ ନବରଙ୍ଗପୁର ରେ ୩୮ ଜଣ ଲେଖାଏଁ , ବଲାଙ୍ଗୀର ରେ ୩୫ ଜଣ, ନୟାଗଡ ରେ ୨୯ ଜଣ, ଅନୁଗୁଳ ରେ ୨୫ ଜଣ, ଗଜପତି ରେ ୯ ଜଣ, ନୂଆପଡା ରେ ୭ ଜଣ ଏବଂ ଦେଓଗଡ ରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୭୦ ହଜାର ୭୧୪ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୨୯ ହଜାର ୬୮୫ ଜଣ ଚିକିତ୍ସାଧୀନ ଅଛନ୍ତି I
ଗତ ୨୪ ଘଂଟାରେ ୧୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ଏହାକୁ ମିଶାଇ, ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮୨ ରେ ପହଂଚିଛି I

Comments are closed.