ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଟପିଲା; ୨୪ ଘଂଟାରେ ଚିହ୍ନଟ ହେଲେ ୨,୮୯୮ ଟି କେଶ

ଭୁବନେଶ୍ୱର: ଅଗଷ୍ଟ ୨୦: ଓଡ଼ିଶାରେ ଗୋଟିଏ ଦିନରେ ୨,୮୯୮ ଜଣ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛନ୍ତି I ୨,୮୯୮ ଟି ନୂଆ କେଶ ମଧ୍ୟରେ ୧୭୯୨ ଟି Quarantine Case ଥିବା ବେଳେ, ୧୧୦୬ ଟି Local Contact case ଅଛି I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ୨୪ ଘଂଟାରେ ୫୨୪ ଟି ନୂଆ କେଶ ଚିହ୍ନଟ ହେଇଛି I ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାକୁ ଲାଗିଛି I ଅନ୍ୟ ପକ୍ଷରେ ଗଂଜାମ ଜିଲ୍ଲାରେ ଚିହ୍ନଟ ହେଇଛନ୍ତି ୨୨୬ ଟି କେଶ ଏବଂ ଏହା ଏବେ କମିବାରେ ଲାଗିଛି I
କଟକ ଏବଂ ନୟାଗଡ ଜିଲ୍ଲାରେ ଯଥାକ୍ରମେ ୨୪୧ ଏବଂ ୨୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହି ଦୁଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଇ
ସେହିପରି, ବଲାଙ୍ଗୀର ଜିଲ୍ଲାରୁ ଚିହ୍ନଟ ହେଇଛନ୍ତି ୧୭୩ ଜଣ, ବାଲେଶ୍ୱର ରୁ ୧୪୦ ଜଣ, କୋରାପୁଟ ରୁ ୧୩୨ ଜଣ, ଭଦ୍ରକ ରୁ ୧୦୭ ଜଣ, ରାୟଗଡା ରୁ ୧୦୫ ଜଣ, ପୁରୀ ରୁ ୧୦୪ ଜଣ, ସୁନ୍ଦରଗଡ ରୁ ୧୦୧ ଜଣ, ଜଗତସିଂହପୁର ରୁ ୮୪ ଜଣ, ସମ୍ବଲପୁର ରୁ ୭୭ ଜଣ, କଳାହାଣ୍ଡି ରୁ ୭୬ ଜଣ, ଯାଜପୁର ରୁ ୬୯ ଜଣ, କନ୍ଧମାଳ ରୁ ୬୩ ଜଣ, କେନ୍ଦ୍ରାପଡ଼ା ରୁ ୫୭ ଜଣ,ମାଲକାନଗିରି ରୁ ୫୬ ଜଣ, ମୟୁରଭଞ୍ଜ ଓ ଗଜପତି ରୁ ୫୩ ଜଣ ଲେଖାଏଁ, ଝାରସୁଗୁଡା ରୁ ୪୯ ଜଣ, ଢେଙ୍କାନାଳ ରୁ ୪୪ ଜଣ, ନବରଙ୍ଗପୁର ରୁ ୩୭ ଜଣ, କେନ୍ଦୁଝର ରୁ ୩୫ ଜଣ, ସୋନପୁର ରୁ ୨୩ ଜଣ, ଅନୁଗୁଳ ରୁ ୧୬ ଜଣ, ବରଗଡ ରୁ ୯ ଜଣ, ନୂଆପଡା ରୁ ୮ ଜଣ, ଦେଓଗଡ ରୁ ୩ ଜଣ ଏବଂ ବୌଦ ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
୨୮୯୮ ନୂଆ କେଶ କୁ ମିଶାଇ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ୨୦ କୁ ବୃଦ୍ଧି ପାଇଛି I ସେଥିରୁ, ୪୬ ହଜାର ୯୩୬ ଜଣ ସୁସ୍ଥ ହେଇସାରିଛନ୍ତି I
ରାଜ୍ୟରେ ୨୪ ଘଂଟାରେ ୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେଇଛି ଏବଂ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୮୦ କୁ ବୃଦ୍ଧି ପାଇଛି ଇ
ଏବେ, ୨୨ ହଜାର ୬୫୧ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.