ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୦୦ ଟପିଲା

ଭୁବନେଶ୍ୱର: ଜୁଲାଇ ୫: ଓଡ଼ିଶାରେ ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ I କ୍ରମାଗତ ତିନି ଦିନ ଧରି, ଦିନକୁ ପାଞ୍ଚଶହ ପାଖାପାଖି କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି I ସରକାରଙ୍କ ତଥ୍ୟ ଅନୁସାରେ, ଜୁଲାଇ ୨, ୩, ୪ ତାରିଖରେ ଯଥାକ୍ରମେ ୫୬୧,୪୯୫ ଏବଂ ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି I
ନୂଆକରି ଚିହ୍ନଟ ହେଇଥିବା ୪୬୯ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ, ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୧୬ ଜଣ, କଟକ ରୁ ୯୪ ଜଣ, ସୁନ୍ଦରଗଡ ରୁ ୬୬ ଜଣ, ଖୋର୍ଦ୍ଧା ରୁ ୨୭ ଜଣ, ଯାଜପୁର ଓ କେନ୍ଦୁଝର ରୁ ୨୫ ଜଣ ଲେଖାଏଁ, ନୟାଗଡ ରୁ ୨୪ ଜଣ, ଭଦ୍ରକ ରୁ ୧୬ ଜଣ, ସମ୍ବଲପୁର ରୁ ୧୩ ଜଣ, ଗଜପତି ରୁ ୧୨ ଜଣ, ଅନୁଗୁଳ ରୁ ୧୧ ଜଣ, ବାଲେଶ୍ୱର ଓ ପୁରୀ ରୁ ୮ ଜଣ ଲେଖାଏଁ, ମୟୁରଭଞ୍ଜ ରୁ ୬ ଜଣ, କେନ୍ଦ୍ରାପଡ଼ା ରୁ ୫ ଜଣ, ବଲାଙ୍ଗୀର ରୁ ୩ ଜଣ, କଳାହାଣ୍ଡି ଓ ନବରଙ୍ଗପୁର ରୁ ୨ ଜଣ ଲେଖାଏଁ ଏବଂ ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
NDRF ର ୪ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି I
୪୬୯ ରୁ ୩୧୭ ଜଣ quarantine ରେ ଥିଲେ ଏବଂ ୧୫୨ ଜଣ local contact case I
ଏହାକୁ ମିଶାଇ, ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦ ରେ ପହଁଚିଲା I

Comments are closed.