ଓଡ଼ିଶାରେ ଆଜି ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ସଂଖ୍ୟା ୧୧୮୯ କୁ ବୃଦ୍ଧି ପାଇଲା

ଭୁବନେଶ୍ୱର: ମେ ୨୨: ଓଡ଼ିଶାରେ ଆଜି ୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ ଏବେ ରାଜ୍ୟର କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୧୮୯ ରେ ପହଂଚିଛି l
ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁଯାୟୀ, ଆଜି ଚିହ୍ନଟ ହେଇଥିବା ୮୬ ଜଣ ଙ୍କ ମଧ୍ୟରୁ ୮୦ ଜଣ quarantine ସେଣ୍ଟର ରୁ , ଜଣେ containment zone ରୁ ଚିହ୍ନଟ ହେଇଥିବା ବେଳେ, ବାକି ୫ ଜଣ ହେଉଛନ୍ତି local contact case l
ଆଜି ଯାଜପୁର ଜିଲ୍ଲା ରୁ ୪୬ ଜଣ, କଟକ ରୁ ୧୧ ଜଣ, ନୟାଗଡ ରୁ ୬ ଜଣ, ଗଂଜାମ ରୁ ୫ ଜଣ, ବଲାଙ୍ଗୀର ରୁ ୨ ଜଣ ଏବଂ ସୁନ୍ଦେରଗଡ ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ବାଲେଶ୍ୱର, ଭଦ୍ରକ,କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l

Comments are closed.