ଓଡ଼ିଶାରେ ଆଜି ୧୫୩ କରୋନା ସଂକ୍ରମିତ ସୁସ୍ଥ; ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୩୨୯୭ ଜଣ

0

ଭୁବନେଶ୍ୱର: ଜୁନ ୧୯: ଓଡ଼ିଶାରେ ଆଜି ୧୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I କଟକ ରୁ ସର୍ବାଧିକ ୪୩ ଜଣ ସୁସ୍ଥ ହେଇଥିବା ବେଳେ, ଜଗତସିଂହପୁର ରୁ ୨୧ ଜଣ, କନ୍ଧମାଳ ରୁ ୧୮ ଜଣ, ଖୋର୍ଦ୍ଧା ରୁ ୧୨ ଜଣ, ଭଦ୍ରକ ରୁ ୧୧ ଜଣ, ଗଜପତି ରୁ ୯ ଜଣ, କଳାହାଣ୍ଡି ରୁ ୭ ଜଣ, ବାଲେଶ୍ୱର, ଦେବଗଡ, ଗଂଜାମ, ମୟୁରଭଞ୍ଜ ଓ ସୁନ୍ଦରଗଡ ରୁ ୫ ଜଣ ଲେଖାଏଁ, ବଲାଙ୍ଗୀର, ଝାରସୁଗୁଡା ଓ ନୟାଗଡ ରୁ ୨ ଜଣ ଲେଖାଏଁ ଏବଂ କୋରାପୁଟ ଜିଲ୍ଲାରୁ ଜଣେ ସୁସ୍ଥ ହେଇଛନ୍ତି I
ଏଥିସହିତ, ରାଜ୍ୟରେ ଏ ପର୍ଯ୍ୟନ୍ତ ୩୨୯୭ ଜଣ ସୁସ୍ଥ ହେଇସାରିଲେଣି I
ଓଡ଼ିଶାରେ ମୋଟ ଚିହ୍ନଟ ହେଇଛନ୍ତି ୪୬୭୭ କରୋନା ସଂକ୍ରମିତ I ଏବେ ୧୩୬୬ ଜଣ ଚିକିତ୍ସିତ ହେଉଛନ୍ତି I

Leave A Reply

Your email address will not be published.