ଓଡ଼ିଶାରେ ଆଜି ସୁସ୍ଥହେଲେ ୧୪୩ କରୋନା ସଂକ୍ରମିତ; ମୋଟ ସୁସ୍ଥ ହେଲେଣି ୩୮୬୩ ଜଣ

0

ଭୁବନେଶ୍ୱର: ଜୁନ ୨୨: ଓଡ଼ିଶାରେ ଆଜି ୧୪୩ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I ଗଜପତି ରୁ ସର୍ବାଧିକ ୧୮ ଜଣ ସୁସ୍ଥ ହେଇଥିବା ବେଳେ, ବରଗଡ ରୁ ୧୫ ଜଣ, ମାଲକାନଗିରି ରୁ ୧୫ ଜଣ, ପୁରୀ ରୁ ୧୫ ଜଣ, ବଲାଙ୍ଗୀର ରୁ ୧୨ ଜଣ, କଟକରୁ ୧୦ ଜଣ, ଖୋର୍ଦ୍ଧା ରୁ ୯ ଜଣ, ମୟୁରଭଞ୍ଜ ରୁ ୮ ଜଣ, କେନ୍ଦ୍ରାପଡ଼ା ରୁ ୬ ଜଣ, ବାଲେଶ୍ୱର,ଢେଙ୍କାନାଳ ଓ ସମ୍ବଲପୁର ରୁ ୫ ଜଣ ଲେଖାଏଁ, ଭଦ୍ରକ, ବୌଦ, ଜଗତସିଂହପୁର, ଯାଜପୁର ଓ କଳାହାଣ୍ଡି ରୁ ୩ ଜଣ ଲେଖାଏଁ, କନ୍ଧମାଳ ଓ କେନ୍ଦୁଝର ରୁ ୨ ଜଣ ଲେଖାଏଁ ଏବଂ ସୁନ୍ଦରଗଡ ରୁ ଜଣେ ବ୍ୟକ୍ତି ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ, ରାଜ୍ୟରେ ସୁସ୍ଥ ହେଇଥିବା ବ୍ୟକ୍ତି ଙ୍କ ସଂଖ୍ୟା ୩୮୬୩ ରେ ପହଂଚିଛି I
ଏବେ ୧୪୧୯ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି I

Leave A Reply

Your email address will not be published.