ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ୧୦୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ମେ ୩୦: ଆଜି ପୁଣି ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି l ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ୧୦୫୦ ଜଣ କରୋନା ରୋଗ ରେ ଆକ୍ରାନ୍ତ ହେଇଥିବା ରୋଗୀ ସୁସ୍ଥ ହେଇସାରିଲେଣି l ଏବେ ବାକି ୭୬୦ ଜଣ କୋବିଦ ହସ୍ପିଟାଲ ଗୁଡିକରେ ଚିକିତ୍ସିତ ହେଉଛନ୍ତି l
ଆଜି ବୌଦ୍ଧ ଜିଲ୍ଲାର ୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଥିବା ବେଳେ, ପୁରୀ ର ୧୧, କେନ୍ଦ୍ରାପଡ଼ା ର ୧୦, କଟକ ର ୯, ଖୋର୍ଦ୍ଧା ର ୭, ମାଲକାନଗିରି ର ୨, ଅନୁଗୁଳ ର ୨ ଏବଂ ଗଂଜାମ,ବାଲେଶ୍ୱର,ଯାଜପୁର ଓ କନ୍ଧମାଳ ଜିଲ୍ଲା ର ଜଣେ ଲେଖାଏଁ ସୁସ୍ଥ ହେଇଛନ୍ତି l

 

Comments are closed.