ଓଡ଼ିଶାରେ ଆଉ ୮୦୮ ଜଣ କରୋନା ସଂକ୍ରମିତ ସୁସ୍ଥ ହେଲେ; ମୋଟ ସୁସ୍ଥ ହେଲେଣି ୧୫,୨୦୦ ଜଣ

0

ଭୁବନେଶ୍ୱର: ଜୁଲାଇ ୨୪: ଓଡ଼ିଶାରେ ଆଜି ୮୦୮ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ଓଡ଼ିଶାରେ ଏ ପର୍ଯ୍ୟନ୍ତ ୧୫,୨୦୦ ଜଣ ସୁସ୍ଥ ହେଇସାରିଲେଣି I
ଆଜି ଗଂଜାମ ରୁ ସର୍ବାଧିକ ୫୩୦ ଜଣ ସୁସ୍ଥ ହେଇଥିବା ବେଳେ, ରାୟଗଡା ରୁ ୬୧ ଜଣ, କଟକ ରୁ ୩୫ ଜଣ, ମାଲକାନଗିରି ରୁ ୩୦ ଜଣ, ଗଜପତି ରୁ ୨୨ ଜଣ, ବାଲେଶ୍ୱର ଓ ଖୋର୍ଦ୍ଧା ରୁ ୧୯ ଜଣ ଲେଖାଏଁ, ବରଗଡ ଓ ଭଦ୍ରକ ରୁ ୧୮ ଜଣ ଲେଖାଏଁ, ବୌଦ ରୁ ୮ ଜଣ, ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ରୁ ୭ ଜଣ ଲେଖାଏଁ, ସମ୍ବଲପୁର ରୁ ୫ ଜଣ, ନବରଙ୍ଗପୁର ରୁ ୪ ଜଣ, ସୁନ୍ଦରଗଡ ରୁ ୩ ଜଣ, ଅନୁଗୁଳ, ଯାଜପୁର ଓ ପୁରୀ ରୁ ୨ ଜଣ ଲେଖାଏଁ ଏବଂ କୋରାପୁଟ ଓ ନୟାଗଡ ରୁ ଜଣେ ଲେଖାଏଁ ସୁସ୍ଥ ହେଇଛନ୍ତି I

Leave A Reply

Your email address will not be published.