ଓଡ଼ିଶାରେ ଆଉ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଜୁଲାଇ ୮: ଓଡ଼ିଶାରେ ଆଉ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଇଛି I ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗଂଜାମ ଜିଲ୍ଲାରୁ ୩ ଜଣଙ୍କର ମୃତ୍ୟୁ ହେଇଥବା ବେଳେ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହେଇଛି I
ଗଂଜାମ ଜିଲ୍ଲାରୁ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି I ସେମାନଙ୍କର ବୟଷ ଯଥାକ୍ରମେ ୫୬,୬୪ ଏବଂ ୫୦ ବର୍ଷ ବୋଲି ଜଣାପଡିଛି I
ରାୟଗଡା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟଷ ୮୦ ବର୍ଷ ହେଇଥିବା ବେଳେ, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡ଼ା ରୁ ମୃତ୍ୟୁବରଣ କରିଥିବା ଦୁଇ ଜଣଙ୍କର ବୟଷ ଯଥାକ୍ରମେ ୫୫ ଏବଂ ୪୯ ବର୍ଷ I
ଗଂଜାମ ଜିଲ୍ଲାରୁ ଏ ପର୍ଯ୍ୟନ୍ତ ମୋଟ ୨୭ ଜଣ ମୃତ୍ୟୁବରଣ କରିସାରିଥିବା ବେଳେ, ଖୋର୍ଦ୍ଧା ଜିଲ୍ଲାରେ ୮ ଜଣଙ୍କର ମୃତ୍ୟୁ ହେଇଛି I
ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି।
ସେହିପରି ଖୋର୍ଦ୍ଧାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ, ଏହା କରୋନା ରୋଗ ଯୋଗୁଁ ନୁହେଁ ବୋଲି ଦର୍ଶାଯାଇଛି I

Comments are closed.