ଓଡ଼ିଶାରେ ଆଉ ୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ମେ ୨୧:ଓଡ଼ିଶାରେ ଆଉ ୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି l ଏ ପର୍ଯ୍ୟନ୍ତ ରାଜ୍ୟରେ ୩୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇ ସାରିଲେଣି l ଆଜି ସୁସ୍ଥ ହେଇଥିବା ୫୦ ଜଣଙ୍କ ମଧ୍ୟରେ, ଗଂଜାମ ଜିଲ୍ଲାର ୨୨ ଜଣ, ବାଲେଶ୍ୱର ର ୧୫ ଜଣ, ଭଦ୍ରକ ର ୫ ଜଣ, ଯାଜପୁର ର ୩ ଜଣ, ବୌଦ ର ୩ ଜଣ ଏବଂ ମୟୁରଭଞ୍ଜ ଓ ରାଉରକେଲା ର ଜଣେ ଲେଖାଏଁ ସୁସ୍ଥ ହେଇଛନ୍ତି l ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଏ ପର୍ଯ୍ୟନ୍ତ ୧୧୦୩ ଜଣ କରୋନା positive case ଚିହ୍ନଟ ହେଇସାରିଲେଣି l ସେମାନଙ୍କ ମଧ୍ୟରୁ ୩୯୩ ଜଣ ସୁସ୍ଥ ହେଇସାରିଥିବା ବେଳେ, ୭୦୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭ ଜଣଙ୍କର ମୃତ୍ୟୁ ହେଇଛି l

Comments are closed.