ଓଡ଼ିଶାରେ ଆଉ ୪ ଜଣ କରୋନା ଆକ୍ରାନ୍ତ ମୃତ; ମୋଟ ମୃତ୍ୟୁ ସଂଖ୍ୟା ୭୪ କୁ ବୃଦ୍ଧି

ଭୁବନେଶ୍ୱର: ଜୁଲାଇ ୧୪: ରାଜ୍ୟରେ ୨୪ ଘଂଟାରେ ୪ ଜଣ କରୋନା ଆକ୍ରାନ୍ତଙ୍କ ର ମୃତ୍ୟୁ ହେଇଛି I ଆଜି ସୁଦ୍ଧା ମୋଟ ମୃତ୍ୟୁ ସଂଖ୍ୟା ୭୪ ରେ ପହଂଚିଛି I ମୃତ୍ୟୁବରଣ କରିଥିବା ୪ ଜଣଙ୍କ ମଧ୍ୟରେ , ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ, କଟକ ରୁ ଜଣେ ଏବଂ ଗଂଜାମ ଜିଲ୍ଲା ରୁ ଜଣେ ଅଛନ୍ତି I
ଖୋର୍ଦ୍ଧା ଜିଲ୍ଲାରୁ ଜଣେ ୪୦ ବର୍ଷୀୟ ମହିଳା ଏବଂ ଜଣେ ୭୧ ବର୍ଷୀୟ ପୁରୁଷ ମୃତ୍ୟୁବରଣ କରିଛନ୍ତି I ୭୧ ବର୍ଷ ବୟସ୍କ ପୁରୁଷ ଜଣଙ୍କ Blood Cancer ରେ ପୀଡିତ ଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ୱେବସାଇଟ ରେ ସୂଚନା ଦିଆଯାଇଛି I
କଟକ ଜିଲ୍ଲା ରୁ ଜଣେ ୭୧ ବର୍ଷୀୟ ପୁରୁଷ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ଏବଂ ସେ Oral Cancer ରେ ପୀଡିତ ଥିଲେ I
ସେହିପରି ଗଂଜାମ ଜିଲ୍ଲାରୁ ଜଣେ ୮୦ ବର୍ଷୀୟ ପୁରୁଷ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ଏବଂ ସେ ମଧୁମେହ ଓ ରକ୍ତଚାପ ରେ ପୀଡିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I

Comments are closed.