ଓଡ଼ିଶାରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ ମୃତ୍ୟୁ ସଂଖ୍ୟା ୪୨ କୁ ବୃଦ୍ଧି

ଭୁବନେଶ୍ୱର : ଜୁଲାଇ ୭: ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତଂକର ମୃତ୍ୟୁ ହେଇଛି I ସେମାନଙ୍କ ମଧ୍ୟରୁ, ୩ ଜଣ ଗଂଜାମ ଜିଲ୍ଲାର ଏବଂ ଜଣେ କଟକ ଜିଲ୍ଲାର I ଗଂଜାମ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ବୟଷ ଯଥାକ୍ରମେ ୭୦, ୬୦ ଏବଂ ୫୩ ବର୍ଷ I
କଟକ ରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଜଣଙ୍କ ବୟଷ ୪୮ ବର୍ଷ I
ଏଥିସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୪୨ ରେ ପହଂଚିଛି I
ଗଂଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୨୪ ରେ ପହଁଚିଥିବା ବେଳେ, କଟକ ରେ ୫ ରେ ପହଂଚିଛି I

ଏହି ଚାରି ଜଣଙ୍କ ସହ ଆଉ ଦୁଇ ଜଣ କରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ହେଇଛି I ତେବେ ସେମାନଙ୍କର ମୃତ୍ୟୁ କ୍ୟାନସର ଯୋଗୁ ଘଟିଥିବା କୁହାଯାଉଛି I ସେମାନଙ୍କ ମଧ୍ୟରୁ ଜଣେ କଟକ ର ଏବଂ ଆଉ ଜଣେ ମୟୁରଭଞ୍ଜ ର ବାସିନ୍ଦା I କଟକ ରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ବୟଷ ୮୦ ବର୍ଷ ହେଇଥିବା ବେଳେ, ମୟୁରଭଞ୍ଜ ରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟଷ ୪୫ ବର୍ଷ I

Comments are closed.