ଓଡ଼ିଶାରେ ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ: ମୋଟ ମୃତ୍ୟୁ ସଂଖ୍ୟା ୬ କୁ ବୃଦ୍ଧି

ଭୁବନେଶ୍ୱର: ମେ ୨୦: ଓଡିଶାରେ ଆଉ ଜଣେ କରନା ରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କର ମୃତ୍ୟୁ ହେଇଛି l ଏଥିସହିତ,ରାଜ୍ୟରେ କରୋନା ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୬ କୁ ବୃଦ୍ଧି ପାଇଛି l
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ଘର ଖୋର୍ଦ୍ଧା ଜିଲ୍ଲାରେ ଏବଂ ତାଙ୍କର ବୟସ ପ୍ରାୟ ୭୦ ବର୍ଷ l
ଏ ପର୍ଯ୍ୟନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ବ୍ୟକ୍ତି ଙ୍କର କରୋନା ରୋଗରେ ମୃତ୍ୟୁ ହେଇଥିବା ବେଳେ, ଗଂଜାମ ଜିଲ୍ଲାରୁ ୨ ଜଣ ଏବଂ କଟକ ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଇଛି l

Comments are closed.