ଓଡ଼ିଶାରେ ଆଉ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ମୋଟ ମୃତ୍ୟୁ ସଂଖ୍ୟା ୩୮ କୁ ବୃଦ୍ଧି

ଭୁବନେଶ୍ୱର: ଜୁଲାଇ ୬: ଓଡ଼ିଶାରେ ଆଉ ଦୁଇ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I ଉଭୟ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ I
ଗଂଜାମ ଜିଲ୍ଲାରୁ ଜଣେ ୭୭ ବର୍ଷୀୟ ପୁରୁଷ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି I ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ I ଦ୍ଵିତୀୟ ବ୍ୟକ୍ତି ଜଣଙ୍କ ଯାଜପୁର ଜିଲ୍ଲାର I ତାଙ୍କ ବୟଷ ୬୪ ବର୍ଷ ଏବଂ ସେ ମଧୁମେହ ରୋଗୀ ଥିଲେ I
ଯାଜପୁର ଜିଲ୍ଲାର ଏହା ପ୍ରଥମ ମୃତ୍ୟୁ ହେଇଥିବା ବେଳେ, ଗଂଜାମ ରୁ ଏ ପର୍ଯ୍ୟନ୍ତ ୨୧ ଜଣ ମୃତ୍ୟୁବରଣ କରିଛନ୍ତି I
ଓଡ଼ିଶାରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୮ ରେ ପହଂଚିଛି I

Comments are closed.