ଏସ୍‌ପିଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆଇଡି; ଗିରଫ ହେଲା ଧୁର୍ତ୍ତ ନାବାଳକ

0

ଭୁବନେଶ୍ୱର : ଜୁନ ୧୬:ରାଉରକେଲା ଏସ୍‌ପି କେ.ଶିବା ସୁବ୍ରମନୀଙ୍କ ନାମରେ ଜାଲ ଫେସ ବୁକ ଆଇଡି ଖୋଲି ଚାଟିଂ କରିବା ଅଭିଯୋଗରେ ଜଣେ ନାବାଳକକୁ ରାଉରକେଲା ଉଦିତନଗର ଥାନା ପୋଲିସ ଗିରଫ କରିଛି । ଏହି ନାବାଳକ ପୂର୍ବରୁ ସମ୍ବଲପୁର ଏସ୍‌ପି, ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁରର ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନାମରେ ମଧ୍ୟ ଫେକ ଫେସବୁକ ଆଇଡି ଖୋଲି ଲୋକଙ୍କ ସାଙ୍ଗରେ ଚାଟିଂ କରିବା ଅଭିଯୋଗ ଆସିଥିଲା । ଏହିଭଳି ଭାବରେ ସେ ଏକାଧିକ ସମାନ ଅପରାଧରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଏହି ନାବାଳକ ବାଲିଅନ୍ତା ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଅର୍ଥକୁ ଡିପୋଜିଟ୍‌ କରିଦେବ କହି ନିଜ ଆକାଉଣ୍ଟକୁ ୧୩ କୋଟି ଟଙ୍କା ଟ୍ରାନ୍ସଫର କରି ନେଇଥିବା ମଧ୍ୟ ଜଣାପଡିଛି ।

Leave A Reply

Your email address will not be published.