ଏପ୍ରିଲ ୧୪ ପୂର୍ବରୁ ବୁକ ଟିକେଟ ବାତିଲ କଲେ ରେଳବାଇ ଦେବ ପୂରା ଟିକଟ ଅର୍ଥ

0

ନୂଆଦିଲ୍ଲୀ : ଜୁନ ୨୪:ଗତ ଏପ୍ରିଲ ମାସ ୧୪ ତାରିଖ ପୂର୍ବରୁ ବୁକ ହୋଇଥିବା ଟିକେଟ ବାତିଲ କଲେ ଯାତ୍ରୀଙ୍କୁ ସଂପୂର୍ଣ୍ଣ ରାଶି ଫେରସ୍ତ କରିଦିଆଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ଜଣେ ଯାତ୍ରୀ ଯଦି ୨୦୨୦ ଏପ୍ରିଲ ୧୪ ପୂର୍ବରୁ ଟିକେଟ ବୁକ କରିଥିବେ ଏବଂ ଏହି ଟ୍ରେନ ବାତିଲ ହୋଇଯାଇଥିବ ତାହାହେଲେ ରେଳବାଇ ଆଇଆରସିଟିସି ମାଧ୍ୟମରେ ଯାତ୍ରୀଙ୍କ ପୂରା ଟିକସ ଅର୍ଥ ଫେରାଇଦେବ । ଇତି ମଧ୍ୟରେ ଭାରତୀୟ ରେଳବାଇ ୨୩୦ ଆଇଆରସିଟିସି ସ୍ୱ୍ୱତନ୍ତ୍ର ଟ୍ରେନ ପରିଚାଳନା ଜାରି ରଖିବ । କୋଭିଡ-୧୯କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏପ୍ରିଲ ୧୫ରୁ ନିୟମିତ ଟ୍ରେନର ଆଡଭାନ୍ସରେ ରିଜରର୍ଭେସନ କରୁନାହିଁ ।

Leave A Reply

Your email address will not be published.