‘ଏନ୍‌ଡିଏ’ ପରୀକ୍ଷା ଦେଇପାରିବେ ମହିଳା: ସୁପ୍ରିମକୋର୍ଟ

ଭୁବନେଶ୍ୱର: ଅଗଷ୍ଟ ୧୮: ମହିଳା ଏବେ ଏନ୍‌ଡିଏ (ନ୍ୟାସନାଲ ଡିଫେନ୍ସ ଏକାଡେମୀ) ପରୀକ୍ଷା ଦେଇ ସେନାରେ ଭର୍ତ୍ତି ହୋଇପାରିବେ ବୋଲି ସୁପ୍ରିମକୋର୍ଟ ଆଜି ରାୟ ପ୍ରକାଶ କରିଛନ୍ତି । ଆଗ୍ରହୀ ମହିଳା ପରୀକ୍ଷାର୍ଥୀଙ୍କୁ ଏନ୍‌ଡିଏ ପରୀକ୍ଷା ଦେବାର ଅନୁମତି ଦେବା ପାଇଁ ଆସିଥିବା ଏକ ଆବେଦନ ଉପରେ ବିଚାର କରି, ତାହାଳ ସପକ୍ଷରେ ରାୟ ଦେଇଛନ୍ତି । ଆଗାମୀ ସେପେଫମ୍ବର ମାସ ୫ ତାରିଖରେ ହେବାକୁ ଥିବା ଏନ୍‌ଡିଏ ପରୀକ୍ଷାରେ ମହିଳାମାନେ ବସିପାରିବାର ଅନୁମତି ଦେଇଛନ୍ତି । କିନ୍ତୁ ନାମଲେଖା କୋର୍ଟଙ୍କ ଶେଷ ଆଦେଶ ଆଧାରିତ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟକୁ ସେନା ବିରୋଧ କରିଥିଲେ । ମହିଳାମାନେ ସେନାରେ ଭର୍ତ୍ତି ନହେବା ଏକ ‘ନୀତିଗତ ନିର୍ଣ୍ଣୟ’ ବୋଲି ସେନା ବୋଲି କହିଥିଲେ । କିନ୍ତୁ ବିଚାରପତି ସଞ୍ଜୟ କିଶାନ କୌଲ ଏବଂ ବିଚାରପତି ହୃଷିକେଶ ରାୟଙ୍କ ଖଣ୍ଡପୀଠ କହିଥିଲେ, ମହିଳାମାନେ ସେନାରେ ଭର୍ତ୍ତି ନହେବା ଲିଙ୍ଗଗତ ଭେଦଭାବ ଉପରେ ଆଧାରିତ । ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଥିଲେ ଯେ ଭାରତୀୟ ବାୟୁସେନା ଓ ନୌସେନା କ୍ଷେତ୍ରରେ ମହିଳାମାନେ କେବେଠୁ ପ୍ରବେଶ କଲେଣି । ହେଲେ ସ୍ଥଳସେନା କ୍ଷେତ୍ର ଏବେବି ପଛରେ ରହିଛି ।

Comments are closed.