ଋଷଠାରୁ ଭାରତ କିଣିବ ଏସ୍‌-୪୦୦ ଆଣ୍ଟି ମିସାଇଲ ସିଷ୍ଟମ : ରୁଷ ଗଲେ ରାଜନାଥ

0

ନୂଆଦିଲ୍ଲୀ :ଜୁନ ୨୨: ଲଦାଖରେ ଭାରତ ଏବଂ ଚୀନ୍‌ ସୈନିକଙ୍କ ମଧ୍ୟରେ ସଂଘର୍ଷ ପରେ ଉଭୟ ଦେଶ ଯବାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସେନାବାହିନୀ ନିଜକୁ ପ୍ରସ୍ତୁତ କରିଥିଲାବେଳେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଉପରେ ମଧ୍ୟ ଗୁରୁତ୍ୱ ଦେଇଛି । ଏହି ପରୀପ୍ରେକ୍ଷୀରେ ରୁଷ ଠାରୁ ଏସ୍‌-୪୦୦ ଆଣ୍ଟିମିସାଇଲ୍‌ ସିଷ୍ଟମ କିଣିବା ପାଇଁ ଭାରତ ନିଷ୍ପତ୍ତି କରିଛି । ଏଥିପାଇଁ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଙଥ ସିଂହ ରୁଷ ଗସ୍ତରେ ଯାଇଛନ୍ତି । ଭାରତ ଋଷ ସହିତ ୨୦୧୮ ରେ ୫ ବିଲିୟନ ଡଲାରରୁ ଅଧିକ ମୂଲ୍ୟରେ ଋଷ ସହ ଏହି ଚୁକ୍ତି କରିଥିଲା । ସାମ୍ଭାବ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ ଭାରତ ସରକାର ସେନାବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ବର୍ଷ ଏହି ସିଷ୍ଟମ ପାଇଁ ଭାରତ ଅଗ୍ରୀମ ଟଙ୍କା ଦେଇସାରିଥିବା ଜଣାପଡିଛି ।

Leave A Reply

Your email address will not be published.