ଉପକୂଳରୁ ଲକ୍ଷେ ବିପନ୍ନ ସ୍ଥାନାନ୍ତର; ୬୩୪ ଆଶ୍ରୟସ୍ଥଳୀ,୭୦୯୨ ଅସ୍ଥାୟୀ କୋଠା ଚିହ୍ନଟ

୧୨ ଜିଲ୍ଲାରେ ୧୨ ଲକ୍ଷରୁ ଅଧିକ ପ୍ରଭାବିତ ନେବେ ଆଶ୍ରୟ

Edited by Papu Mohanty

ଭୁବନେଶ୍ୱର : May 19:ମହାବାତ୍ୟା ଅମ୍ଫାନର ସିଧାସଳଖ ପ୍ରଭାବ ୫ଟି ଜିଲ୍ଲାରେ ରହିବ । ସେହି ଜିଲ୍ଲା ଗୁଡ଼ିକ ହେଉଛି । ହେଲେ ରାଜ୍ୟ ସରକାର ୧୨ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛନ୍ତି । ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ସମୁଦ୍ର ତଟବର୍ତ୍ତୀ ଜିଲ୍ଲାରୁୁ ମଙ୍ଗଳବାର ସଂନ୍ଧ୍ୟା ସୁଦ୍ଧା ଏକ ଲକ୍ଷ ବିପନ୍ନଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ଜିଲ୍ଲାରେ ଚାରି ବରିଷ୍ଠ ଅଧିକାରୀଙ୍କୁ କାର୍ଯ୍ୟ ସଂପାଦନ କରୁଛନ୍ତି ।
ମଙ୍ଗଳବାର ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ । ଶ୍ରୀ ଜେନା କହିଥିଲେ, ମହାବାତ୍ୟା ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାରେ ଛପର,କଚ୍ଚା ଘର ସଂପୂର୍ଣ୍ଣ ନଷ୍ଟ ହେବାର ସମ୍ଭାବନା ରହିଛି। ବିୁଦ୍ୟତ ଖୁଣ୍ଟି ଏବଂ ଯୋଗାଯୋଗ ଟାୱାର ବଙ୍କା ହେବା ବା ଉପୁଡି ଯାଇପାରେ। କଚ୍ଚା ଓ ପMା ରାସ୍ତା ଅଧିକ କ୍ଷତି ହୋଇପାରେ। ରେଲେୱ ଟ୍ରାକ୍‌, ବିୁଦ୍ୟତ୍‌ ଲାଇନ୍‌ ଏବଂ ସିଗନାଲ୍‌ ବ୍ୟବସ୍ଥା ବ୍ୟାଘାତ ହୋଇପାରେ। ଠିଆ ହୋଇଥିବା ଫସଲ, ବୃକ୍ଷଲତା, ବଗିଚା ନଷ୍ଟହେବା, ଆମ୍ବଗଛ ଉପୁଡିଯିବା, ପଇଡ ଝଡିଯିବା ଏବଂ ତାଳଗଛ ଫାଟିଯିବାର ସମ୍ଭାବନା ରହିଛି। ହୁଲି ଡଙ୍ଗା, ଦେଶୀୟ ନୌକା ଘାଟରୁ ଅଲଗା ହୋଇଯିବା ଯଥେଷ୍ଟ ସମ୍ଭାବନା ଅଛି। ସେଥିପାଇଁ ରାଜ୍ୟ ସରକାର ବାତ୍ୟା ପରେ ତୁରନ୍ତ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହୋଇଛନ୍ତି ।
ଶ୍ରୀ ଜେନା କହିଥିଲେ, ବାତ୍ୟା ବିପନ୍ନଙ୍କ ପାଇଁ ମୋଟ୍‌ ୬୩୪ ଟି ଆଶ୍ରୟସ୍ଥଳୀ ଓ ୭୦୯୨ଟି ଅସ୍ଥାୟୀ କୋଠାକୁ ଚିହ୍ନଟ କରାଯାଇଛି । ଏଥିରେ ୧୨ଟି ଜିଲ୍ଲାର ପ୍ରାୟ ୧୨ ଲକ୍ଷରୁ ଅଧିକ ବାତ୍ୟା ପ୍ରଭାବିତ ଜନସାଧାରଣଙ୍କୁ ସାମାଜିକ ଦୂରତା ନିୟମ ପାଳନ ପୂର୍ବକ ନିରାପଦ ଆଶ୍ରୟ ଦେବା ପାଇଁ ପ୍ରସ୍ତୁତ ରଖାଯାଇଛି। ସେହିପରି ୪୮୬ଟି ଜେନେରେଟର ସେଟ୍‌, ୧୫୧୩ଟି ଇନ୍‌ଫ୍ଲାଟେବୁଲ୍‌ ଟାୱାର ଲାଇଟ୍‌ ବ୍ୟବସ୍ଥା ହୋଇଛି । ଏତଦ୍‌ବ୍ୟତୀତ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଏବଂ ୧୫ଟି ଓଡ୍ରାଫ୍‌ ଟିମ୍‌ ଓ ୨୧୭ଟି ଅଗ୍ନିଶମ ବାହିନୀ ଆଗୁଆ ଭାବେ ମୁତୟନ କରାଯାଇଛି। ଏଥିସହ ୫ଟି ଜିଲ୍ଲାରେ ଓଏଫ୍‌ଡିସିର ୭୫ଟି ଦଳ ମୁତୟନ ହୋଇଛନ୍ତି। ବିଦୁ୍ୟତ ସଂଯୋଗ ପାଇଁ ଓପିଟିସିଏଲ୍‌ ଏବଂ ବିତରଣ ସଂସ୍ଥାଗୁଡିକ ବାତ୍ୟା ପରର୍ବୀ ସମୟରେ ତତ୍‌କ୍ଷଣାତ୍‌ ପୁନଃରୁଦ୍ଧାର କାର୍ଯ୍ୟ କରିବା ପାଇଁ କୁଶଳୀ କର୍ମଚାରୀଙ୍କୁ ସଜାଗ ରଖିବା ସହ ଉପକରଣମାନ ମହଜୁଦ୍‌ ପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି। ଦଳଗୁଡିକ ଜେନେରେଟର ସେଟ୍‌, ଗ୍ୟାସ କଟର, ଗାଡି ସହିତ ତତ୍‌କ୍ଷଣାତ୍‌ ମୁତୟନ ନିମନ୍ତେ ପ୍ରସ୍ତୁତ ରଖାଯାଇଛି। ସେସୁ, ନେସକୋ ଓ ସାଉଥକୋ ପକ୍ଷରୁ ୧୦ ଜଣ ବ୍ୟକ୍ତି ବିଶିଷ୍ଟ ୩୪୦ଟି ଦଳ, ୪୩୦୫ଟି ଖୁଣ୍ଟ, ୩୬୫ କି.ମି. ତାର ଓ ୧୧୬ କି.ମି. ଏବି କେବୁଲ, ୧୧୫ ଡିଟିଆର୍‌, ୩୮୫୦ ସଂଖ୍ୟକ ଇନ୍‌ସୁ୍ୟଲେଟର ପ୍ରସ୍ତୁତ କରି ରଖାଯାଇଛି। ବାତ୍ୟା ପୂର୍ବରୁ ବିଦୁ୍ୟତ ଯୋଗାଣ ବ୍ୟାଘାତ ହୋଇଯିବାର ସମ୍ଭାବନା ଥିବାରୁ ସଂପୃକ୍ତ ସଂସ୍ଥା ଓ ସରକାରୀ କାର୍ଯ୍ୟାଳୟ ବିକଳ୍ପ ଶକ୍ତିର ବ୍ୟବସ୍ଥା ସ୍ୱରୂପ ଜେନେରେଟର ସେଟ୍‌ ଓ ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ୍‌ ରଖିବାକୁ କୁହାଯାଇଛି। ସୂଚନା ପ୍ରଦାନ ନିମନ୍ତେ ଓପିଟିସିଏଲ୍‌ ଓ ଗ୍ରୀଡକୋ ତରଫରୁ ୨୪ ଘଣ୍ଟା ୭ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଶକ୍ତି ବିଭାଗ ତରଫରୁ ଜିଲ୍ଲାୱାରୀ ନୋଡାଲ୍‌ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଜିରୋ କାଜୁଆଲଟି ଉପରେ ଗୁରୁତ୍ୱ ଦେଇଛନ୍ତି ତାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରାଯାଉଛି ବୋଲି ଏସଆରସି ସ୍ପଷ୍ଟ କରିଥିଲେ ।

Comments are closed.