ଉତ୍ତରପ୍ରଦେଶ ସରକାରଙ୍କ ଶିଶୁ ଶ୍ରମିକ ଚିହ୍ନଟ ଓ ଥଇଥାନ ଅଭିଯାନ

ଭୁବନେଶ୍ୱର: ଅଗଷ୍ଟ ୧୬: ବିପଦପୂର୍ଣ୍ଣ ଶିଳ୍ପକ୍ଷେତ୍ରରେ କାର୍ଯ୍ୟ କରୁଥିବା ପିଲାମାନଙ୍କ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଉକ୍ତ ଅଭିଯାନ ଆଜିଠାରୁ ଆରମ୍ଭ ହୋଇ ଚଳିତ ମାସ ୩୦ ତାରିଖ ଯାଏଁ ଚାଲିବ । ଏହି ଅଭିଯାନ ଅନ୍ତର୍ଗତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ନିଯୁକ୍ତିଦାତାଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏହାସହିତ ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକଙ୍କୁ ‘ନୟା ସବେରା’ ଅଭିଯାନ ଯୋଜନାରେ ଥଇଥାନ କରାଇବା ସହିତ, ସେମାନଙ୍କୁ ବିଦ୍ୟାଳୟ ପଠାଯିବ ।
ଗତ ପାଞ୍ଚ ବର୍ଷ ମଧ୍ୟରେ ଦୁଇ ହଜାର ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ହଜାର ଜଣ ଶିଶୁ ଓ କିଶୋର ବିପଦଜନକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ । ପ୍ରାୟ ହଜାରରୁ ଅଧିକ ନିଯୁକ୍ତିଦାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା । ଉତ୍ତରପ୍ରଦେଶର ଜଣେ ଶ୍ରମ ବିଭାଗ ଅଧିକାରୀ କହିଛନ୍ତି, ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ଥଇଥାନ କରାଯିବା ସହିତ ସେମାନଙ୍କ ଉନ୍ନତ ଭବିଷ୍ୟତ ପାଇଁ ବିଦ୍ୟାଳୟକୁ ପଠାଯାଏ । କିନ୍ତୁ ସେମାନଙ୍କ ମଧ୍ୟରୁ ବହୁତ ପିଲା ଅଛନ୍ତି, ଯେଉଁମାନେ ସପ୍ତାହ ମଧ୍ୟରେ ପୁଣି ସେହି ବିପଦଜନକ କାର୍ଯ୍ୟରେ ନିୟୋଜିତ ହୋଇଯାଇଥାନ୍ତି ।
‘ନୟା ସେବେରା’ ଯୋଜନା ୟୁନିସେଫ୍‌ ସହଯୋଗରେ ଉତ୍ତରପ୍ରଦେଶର ୨୦ଟି ଜିଲ୍ଲାର କେତେକ ଗ୍ରାମକୁ ଶିଶୁ ଶ୍ରମିକ ମୁକ୍ତ କରିଛି ।

Comments are closed.