ଉତ୍ତରପ୍ରଦେଶରେ ହେବ ୱାଇଫାଇ ମାଗଣା

ଦିଲ୍ଲୀ: ଜୁଲାଇ ୨୪: ଉତ୍ତରପ୍ରଦେଶ ସରକାର ଆସନ୍ତା ଅଗଷ୍ଟ ମାସ ୧୫ ତାରିଖରୁ ରାଜ୍ୟରେ ମାଗଣା ୱାଇଫାଇ ଯୋଗାଣ ବ୍ୟବସ୍ଥ ।କରୁଛନ୍ତି । ରାଜ୍ୟର ୭୫ ଜିଲ୍ଲା , ମୁନିସିପାଲ୍‌ ପରିଷଦ, ୧୭ଟି ମୁନିସିପାଲ୍‌ କର୍ପୋରେସନ୍‌ ଏବଂ ୨୧୭ଟି ସ୍ଥାନମାନରେ ୱାଇଫାଇ ମାଗଣା ମିଳିବ ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ସହରାଞ୍ଚଳ ବିକାଶ ବିଭାଗ ଅଧିକାରୀମାନେ ବର୍ତ୍ତମାନ ଲୋକଙ୍କୁ ମାଗଣା ୱାଇଫାଇ ସୁବିଧା ଯୋଗାଇବା ଅଭିଯାନରେ ବ୍ୟସ୍ତ ଅଛନ୍ତି । ପ୍ରମୁଖ ସାର୍ବଜନିକ ସ୍ଥାନମାନଙ୍କରେ ଏହି ସୁବିଧା ଯୋଗାଇବା ପାଇଁ ବିଭାଗୀୟ କମିଶନର, ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏବଂ ମୁନିସିପାଲିଟି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାଛଡ଼ା ଉତ୍ତରପ୍ରଦେଶର ପ୍ରତ୍ୟେକ ସହରର ମୁଖ୍ୟ ବଜାରରେ, ବସ୍‌ ଷ୍ଟପ୍‌, ରେଲେୱ ଷ୍ଟେସନ୍‌, ତହସିଲ, କୋର୍ଟ, ବ୍ଲକ୍‌ ଅଫିସ୍‌, ରେଜିଷ୍ଟ୍ରାର୍‌ ଅଫିସ୍‌ ଆଦିରେ ଲୋକମାନେ ଏହି ସୁବିଧା ଉପଯୋଗ କରିପାରିବେ । ଏଥିପାଇଁ ଲକ୍ଷ୍ମୌର ହାଜାତଗଞ୍ଜ ଅଞ୍ଚଳରେ ହଟ୍‌ସ୍ପଟ୍‌ ସେଣ୍ଟର ସ୍ଥାପନା କରାଯାଇଛି । ଏହି ସୁବିଧା ବିଶେଷକରି ଲକ୍ଷ୍ମୌ, କାନପୁର, ଆଗ୍ରା, ଆଲିଗଡ଼, ବାରାଣାସୀ, ପ୍ରୟାଗରାଜ, ଝାନ୍ସି, ବରେଲି, ସାହାରନପୁର, ମୋରଦାବାଦ, ଗୋରଖପୁର, ଅଯୋଦ୍ଧା,ମୀରଟ, ଶାହାଜାହାନପୁର, ଗାଜିଆବାଦ, ମଥୁରା, ବୃନ୍ଦାବନ ଏବଂ ଫିରୋଜାବାଦରେ ମିଳିବ । ମୁନିସିପାଲଟି କମିଶନର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସ୍ମାର୍ଟ ସିଟି ପ୍ରକଳ୍ପ କିମ୍ବା ଅର୍ବାନ୍‌ ବଡ଼ିସ୍‌ ଏହି ସେବା ଯୋଗାଇବରା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ।

Comments are closed.