ଇମୋଶନାଲ୍‌ ହେଲେ ଜାହ୍ନବୀ

ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କର ମୃତ୍ୟୁକୁ ୨ ବର୍ଷ ପୂରିଯାଇଛି। ୨୦୧୮ରେ ଆଜିର ଦିନରେ ଦୁବାଇର ଏକ ହୋଟେଲ୍‌ରେ ତାଙ୍କର ଆକସ୍ମିକ ମୃତ୍ୟୁ ଘଟିଥିଲା। ତେବେ ତାଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ବଡ଼ ଝିଅ ଜାହ୍ନବୀ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୁରୁଣା ଫଟୋ ପୋଷ୍ଟ କରିଛନ୍ତି। ସେ ମା’ ଶ୍ରୀଦେବୀଙ୍କ ସହ ନିଜ ଛୋଟବେଳର ଫଟୋ ଶେଆର କରି ଲେଖିଛନ୍ତି, ‘ସବୁଦିନ ତୁମକୁ ମନେପକାଉଛି।’ ଜାହ୍ନବୀଙ୍କ ଏହି ପୋଷ୍ଟ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଫ୍ୟାନ୍‌ମାନେ ଏଥିରେ ରିଆକ୍ଟ କରିବା ସହ କମେଣ୍ଟ ମଧ୍ୟ କରୁଛନ୍ତି। ଶ୍ରୀଦେବୀଙ୍କ ଶେଷ ଫିଲ୍ମ ଥିଲା ‘ମମ୍‌’। ଯାହାକି ୨୦୧୭ ଜୁଲାଇ ୭ ତାରିଖରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମ ପାଇଁ ଶ୍ରୀଦେବୀ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି। ଏଥିରେ ସେ ଜଣେ ମା’ ଭୂମିକାରେ ଭିନୟ କରିଥିଲେ, ଯିଏ କି ନିଜ ଝିଅର ବଳାତ୍କାରୀକୁ ଦଣ୍ଡ ଦେବା ପାଇଁ ଲଢ଼ୁଥିଲେ।

Comments are closed.