ଇତିହାସରେ ହୋଇଥିବା ଅନ୍ୟାୟକୁ ସୁଧାରିଛି ସିଏଏ: ମୋଦି

0

ନୂଆଦିଲ୍ଲୀ: ନ୍ୟାସନାଲ କ୍ୟାଡେଟ୍ କ୍ରପ୍ ରାଲି ୨୦୨୦ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଇତିହାସରେ ହୋଇଥିବା ଅନ୍ୟାୟକୁ ସୁଧାରିବା ଓ ପଡ଼ୋଶୀ ଦେଶରେ ରହୁଥିôବା ଲଘୁସଂପ୍ରଦାୟଙ୍କୁ କରିଥିବା ପ୍ରତିଜ୍ଞାକୁ ପୂରଣ କରିବା ପାଇଁ ଆମ ସରକାର ସିଏଏ ଆଣିଛି । ସରକାରଙ୍କ ନିଷ୍ପତ୍ତିକୁ ଯେଉଁମାନେ ସାଂପ୍ରଦାୟିକତାର ରଙ୍ଗ ଦେଉଛନ୍ତି ସେମାନଙ୍କର ପ୍ରକୃତ ଚେହେରା ଜନସାଧାରଣ ପୂର୍ବରୁ ଦେଖିସାରିଥିବା ମୋଦି କହିଥିଲେ । ଜମ୍ମୁ-କଶ୍ମୀରରେ ସମସ୍ୟା ସ୍ୱାଧୀନତା ପରଠାରୁ ଚାଲିଆସୁଛି ଏବଂ କିଛି ପରିବାର ଓ ରାଜନୈତିକ ଦଳ ଏହି ସମସ୍ୟାକୁ ଚାଲୁରଖିବାକୁ ଚାହୁଁଥିବାରୁ ସେଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଦଶନ୍ଧି ଧରି ରହିଥିବା ସମସ୍ୟାକୁ ସମାଧାନ କରିବାକୁ ବର୍ତ୍ତମାନର ସରକାର ଚେଷ୍ଟା କରୁଛି । ପାକିସ୍ତାନକୁ ଜବାବ୍ ଦେବାକୁ ଯାଇ ମୋଦି କହିଛନ୍ତି, ପଡୋଶୀ ଦେଶ ୩ଟି ଯୁଦ୍ଧରେ ପରାଜୟ ସ୍ୱୀକାର କରିଛନ୍ତି କିନ୍ତୁ ତଥାପି ଭାରତ ବିରୁଦ୍ଧରେ ଛାୟା ଯୁଦ୍ଧ କରିଆସୁଛି । ମୋଦି ଆହୁରି କହିଛନ୍ତି କେବଳ ଜମ୍ମୁ-କଶ୍ମୀର ନୁହେଁ ଦେଶର ଅନ୍ୟ ପ୍ରାନ୍ତଗୁଡିକରେ ମଧ୍ୟ ଶାନ୍ତି ବଜାୟ ରଖିଛୁ ।

Leave A Reply

Your email address will not be published.