‘ଇଣ୍ଡିଆନ ଆଇଡଲର’୧୨ର ବିଜେତା ହେଲେ ପୱନଦୀପ

ଭୁବନେଶ୍ୱର: ଅଗଷ୍ଟ ୧୬: ଉତ୍ତରାଖଣ୍ଡ ଚମ୍ବାବତୀ ଅଞ୍ଚଳର ପୱନଦୀପ ରାଜନ ଲୋକପ୍ରିୟ ସଙ୍ଗୀତ କାର୍ଯ୍ୟକ୍ରମ ‘ଇଣ୍ଡିଆନ ଆଇଡଲ’ ସିଜନ ୧୨ର ବିଜେତା ହୋଇଛନ୍ତି । ସେଥିପାଇଁ ତାଙ୍କୁ ୨୫ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ମାରୁତି ସୁଜୁକୀ ସ୍ୱିଫଫ କାର ପୁରସ୍କାରରେ ମଳିଛି । ଏହି କାର୍ଯ୍ୟକ୍ରମକୁ ‘ଦ ଗ୍ରେଟେଷ୍ଟ ଫାଇନାଲ ଏଭର’ କୁହାଯାଇଛି । କାରଣ ଏହି କାର୍ଯ୍ୟକ୍ରମ ୧୨ ଘଣ୍ଟା ଧରି ଚାଲିଥିଲା । ଗତକାଲି ଅପରାହ୍ନ ୧୨ଟା ସମୟରୁ ଏହି କାର୍ଯ୍ୟକ୍ରମର ଗ୍ରାଣ୍ଡ ଫାଇନାଲ ଶୋ’ ଆରମ୍ଭ ହୋଇ ରାତ୍ରି ପ୍ରାୟ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା । ଗ୍ରାଣ୍ଡ ଫାଇନାଲରେ ୬ଜଣ ପ୍ରତିଯୋଗୀ ରହିଥିଲେ । ସେମାନଙ୍କ ମଧ୍ୟରୁ ନିହାଲ ତାଉରୋ ୬ଷଷ୍ଠ ସ୍ଥାନରେ ଓ ମହମ୍ମଦ ଦାନିସ ୫ମ ସ୍ଥାନରେ ରହି ୩ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ଗ୍ରହଣ କରିଥଲେ । ୩ୟ ସ୍ଥାନରେ ସାୟଲି କାମ୍ବଲେ ଓ ୨ୟ ସ୍ଥାନରେ ଅରୁଣୀତା କାଞ୍ଚିଲାଲ ରହି ୫ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପୁରସ୍କାର ହାସଲ କରିଥିଲେ । ଗ୍ରାଣ୍ଡ ଫାଇନାଲ ରାଉଣ୍ଡରେ ବିଚାରପତି ଅନୁ ମଲ୍ଲିକ, ସୋନୁ କMଡ ଓ ହିମେଶ ରେସମିଆଙ୍କ ବ୍ୟତୀତ ହିନ୍ଦୀ ଓ ମରାଠୀ ସଙ୍ଗୀତ ଦୁନିଆର ବହୁ ବରିଷ୍ଠ ଓ ଲୋକପ୍ରିୟ କଳାକାରମାନ ଉପସ୍ଥିତ ରହିଥିଲେ । ଏମାନଙ୍କ ବ୍ୟତୀତ ‘ଦଗ୍ରେଟ୍‌’ ଖଲ୍ଲୀ, ଅଭିନେତା ସିର୍ଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ର କିଆରା ଆଡଭାନୀ ମଧ୍ୟ ଉପସ୍ଥିତ ରହିଥିଲେ ।

Comments are closed.