ଆହୁରି ୨୪ ଘଣ୍ଟା ଅସହ୍ୟ ତାତି; ଆଜି ଟିଟିଲାଗଡ଼ରେ ସର୍ବାଧିକ ୪୨ଂ

By Papu Mohanty

ଭୁବନେଶ୍ୱର(ସବୁ୍ୟ): May 16:ରାଜ୍ୟରେ ଏବେ ଅସହ୍ୟ ତାତି । ନା ଘରେ କି ବାହାରେ କେଉଁଠି ବି ରହି ହେଉନି । ଝାଞ୍ଜି ମାଡ଼ରେ ମୁହଁ ସିଝି ଯାଉଛି । ଆଜି ଟିଟିଲାଗଡ଼ରେ ପାରଦ ୪୨ ଡିଗ୍ରୀ ଛୁଇଁଛି । ଏଭଳି ତାତି ଅହୁରି ୨୪ ଘଣ୍ଟା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କହିଛନ୍ତି ।
ପାଣିପାଗ ବିଭାଗ ଆକଳନ କହୁଛି, ସମ୍ଭାବ୍ୟ ବାତ୍ୟା ଯୋଗୁ କାଳବୈଶାଖୀ ବର୍ଷା କାଁଭାଁ ସ୍ଥାନରେ ହେଉଛି । ଫଳରେ ତାତି କମୁନି । ସୂର୍ଯ୍ୟ ପ୍ରକୋପ ଏତେ ବଢ଼ିଯାଇଛି ଯେ ଦିନ ହେଉକି ରାତି ଛାତରୁ କାନ୍ଥ ସବୁ ତତେଇ ଦେଉଛି । ଗୁଗୁଗୁଳି ଯୋଗୁ ଘରେ ମଧ୍ୟ ରହିହେଉନି । ଶନବାର ପ୍ରାହ ଅର୍ଦ୍ଧାଧିକ ଜିଲ୍ଲାର ତାପମାତ୍ରା ୩୯ ଡିଗ୍ରୀ ପାର କରିଛି । ଆଜି ଟିଟିଲାଗଡ଼ ସମତେ ୭ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ମାଲକାନଗିରିରେ ତାପମାତ୍ରା ୪୧.୫ ଡିଗ୍ରୀ ଥିବା ବେଳେ ତାଳଚେରରେ ୪୦.୮ ଡିଗ୍ରୀ, ଭବାନୀପାଟଣା ଓ ବଲାଙ୍ଗିରରେ ୪୦.୫ ଡିଗ୍ରୀ, ବୌଦ୍ଧରେ ୪୦ ଡିଗ୍ରୀ, କଟକରେ ୩୮.୬ ଡିଗ୍ରୀ ଓ ଭୁବନେଶ୍ୱରରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.