ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

0

ଭୁବନେଶ୍ୱର:ଜୁଲାଇ ୨୨: ବଙ୍ଗୋପସାଗରେ ଦୁଇଟି ଲଘୁଚାପ ସୃଷ୍ଟି ହେଉଛି । ଏହାର ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିପାରେ । ଆଗାମୀ ୨୪ ଘଣ୍ଟା ଅର୍ଥାତ୍‌ ଜୁଲାଇ ୨୩ ତାରିଖ ବେଳକୁ ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲାଗୁଡ଼ିକ ହେଲା- କଟକ, ଖୋର୍ଦ୍ଧା,ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ,ମାଲକାନଗିରି, କୋରାପୁଟ, ବାଲେଶ୍ୱର,କନ୍ଧମାଳ, ମୟୂରଭଞ୍ଜ,ଯାଜପୁର, ସୁନ୍ଦରଗଡ଼ । ତେବେ ସୂଚନା ଅନୁସାରେ, ଲଘୁଚାପ ଜନିତ ବର୍ଷା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଲାଗି ରହିପାରେ ।

Leave A Reply

Your email address will not be published.