ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୫ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ଅଗଷ୍ଟ ୧୬: ପଶ୍ଚିମ-କେନ୍ଦ୍ରୀୟ ଓ ଏହାର ଆଖପାଖ ଅଞ୍ଚଳ ଏବଂ ବଙ୍ଗୋପସାଗର ଉତ୍ତର-ପଶ୍ଚିମାଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆଏମ୍‌ଡି ସୂଚନା ଦେଇଛିି ।
ବିଶେଷ କରି ୨୪ ଘଣ୍ଟାରେ ଓଡ଼ିଶାର ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ । ଅତି ପ୍ରବଳ ବର୍ଷା ଯୋଗୁଁ ସେହି ଜିଲ୍ଲାମାନଙ୍କରେ ୟୋେଲେ ୱାଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା- କୋରାପୁଟ, ମାଲକାନଗିରି, ଗଜପତି, ନବରଙ୍ଗପୁର ଏବଂ ରାୟଗଡ଼ା । ତେବେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, କଟକ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମମ୍ଭାବନା ରହିଛି ।
୧୭ରୁ ୧୭୮ ତାରିଖ ମଧ୍ୟରେ କନ୍ଧମାଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା ଏବଂ କଟକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୁଳ, କଳାହାଣ୍ଡି, ଜଗତସିଂହପୁର ଏବଂ ଗଞ୍ଜାମର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
୧୮ରୁ ୧୯ ତାରିଖ ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଏବଂ ନୂଆପଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ ।

Comments are closed.