ଆସନ୍ତା ୨୦ ତାରିଖରେ ଯୁକ୍ତ ୩ ନାମଲେଖାପାଇଁ ଆବେଦନ ଆରମ୍ଭ ହେବ

ଭୁବନେଶ୍ୱର, ଅଗଷ୍ଟ ୧୭: ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଯୁକ୍ତ ୩ର ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଚଳିତ ମାସ ୨୦ ତାରିଖ ସମୟ ପ୍ରାୟ ସକାଳ ୧୧ଟାରେ ଇ-ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ । ସାମ୍‌ସ ପୋର୍ଟାଲ ମାଧ୍ୟମରେ ସାଧାରଣ ଆବେଦନ ଫର୍ମ (ସିଏଏଫ୍‌) ପ୍ରକାଶ ପାଇବ । ସେହିପରି ସେପେଫମ୍ବର ୪ ତାରିଖ ସମୟ ରାତି ୧୧.୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମଲେଖା ପ୍ରକ୍ରିୟାରେ ଆବେଦନ କରିପାରିବେ ।
ସେପେଫମ୍ବର ମାସ ୯ ତାରିଖରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ଏହାସହିତ ସେପେଫମ୍ବର ୯ରୁ ୧୪ ତାରିଖ(ରାତି ୧୧.୪୫) ପର୍ଯ୍ୟନ୍ତ ସାମ୍‌ସ ପୋର୍ଟାଲ ମାଧ୍ୟମରେ ଅନ୍‌ଲାଇନ ଫି ଦାଖଲ କରାଯିବ ।
ସେହିପରି ଦ୍ୱିତୀୟ ମେରିଟ୍‌ ଲିଷ୍ଟ ସେପେଫମ୍ବର ୨୧ରେ ପ୍ରକାଶ ପାଇବ ଏବଂ ୨୪ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ମେରିଟ୍‌ ଲିଷ୍ଟରେ ନାମ ଥିବା ଛାତ୍ରଛାତ୍ରୀମାନେ ସାମ୍‌ସ ପୋର୍ଟାଲରେ ଅନ୍‌ଲାଇନ ଫି ଦାଖଲ କରିବେ ।
ତେବେ ଉଚ୍ଚ ଶିକ୍ଷା ବିଭାଗରେ ଖାଲିଥିବା ସିଟ୍‌ ପୂରଣ ପାଇଁ ନିର୍ଦ୍ଦେଶାବଳୀ ପ୍ରକାଶ କରାଯିବ । ସବିଶେଷ ତଥ୍ୟ ଏବଂ ଅନ୍ୟାନ୍ୟ ପ୍ରଶ୍ନ ପାଇଁ ଛାତ୍ରଛାତ୍ରୀମାନେ ହେଲ୍‌ପଲାଇନ ନମ୍ବର (ଟୋଲ୍‌ ଫ୍ରି)-୧୫୫୩୩୫/୧୮୦୦-୩୪୫-୬୭୭୦ରେ ଯୋଗାଯୋଗ କରିପାରିବେ ।

Comments are closed.