ଆସନ୍ତା ୧୬ରେ ପୁରୀ ଜିଲ୍ଲା ବାହାର ଲୋକଙ୍କ ଶବଦାହ ପାଇଁ ଖୋଲିବ ସ୍ୱର୍ଗଦ୍ୱାର

ଭୁବନେଶ୍ୱର, ଅଗଷ୍ଟ ୧୪: ଦୀର୍ଘ ମାସର ବ୍ୟବଧାନ ପରେ ଆସନ୍ତା ୧୬ ତାରିଖରେ ପୁରୀ ଜିଲ୍ଲା ବାହାର ଲୋକଙ୍କ ଶବଦାହ ପାଇଁ ସ୍ୱର୍ଗଦ୍ୱାର ଖୋଲିବ ବୋଲି ପୁରୀ ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି । କୋଭିଡ କଟକଣା ମଧ୍ୟରେ ଶବଦାହ କରାଯିବ । ଶବଦାହ ସମୟରେ କେବଳ ୧୦ ଜଣ ବ୍ୟକ୍ତି ଉପସ୍ଥିତ ରହିପାରିବେ । ମୃତକଙ୍କ କୋଭିଡ ରିପୋର୍ଟ ନେଗେଟିଭ ରହିବା ବାଧ୍ୟତାମୂଳକ । ଶନିବାର ଓ ରବିବାର ସଟ୍‌ଡାଉନ ସମୟରେ ମଧ୍ୟ ଶବଦାହ କାର୍ଯ୍ୟକ୍ରମ ଚାଲିପାରିବ ।
ସୂଚନା ଥାଉଯେ, କରୋନା ମହାମାରୀ ଯୋଗୁଁ ଏପ୍ରିଲ ୨୫ରୁ ବନ୍ଦ ରହିଥିଲା ପୁରୀ ସ୍ୱର୍ଗଦ୍ୱାର । କେବଳ ପୁରୀ ଜିଲ୍ଲାର ଲୋକ ଅନ୍ୟ କାରଣ(କରୋନା ସଂକ୍ରମଣ ବ୍ୟତୀତ) ପାଇଁ ମୃତୁ୍ୟବରଣ କଲେ ସ୍ୱର୍ଗଦ୍ୱାରରେ ଆତ୍ମୀୟମାନେ ଶବଦାହ କରିପାରିବେ । ସେହିପରି କରୋନାରେ ପ୍ରାଣ ହରାଉଥିବା ପୁରୀ ବ୍ୟକ୍ତିଙ୍କ ଅସ୍ଥି ସ୍ୱର୍ଗଦ୍ୱାରରେ ବିସର୍ଜନ ହୋଇପାରିବ ନାହିଁ , କି ଜିଲ୍ଲା ଓ ରାଜ୍ୟ ବାହାରର ମହୋଦଧି ଓ ଶେ୍ୱତଗଙ୍ଗାରେ ଶ୍ରାଦ୍ଧ ନକରିବାକୁ ବାରଣ କରାଯାଇଥିଲା ।

Comments are closed.